Latest Odisha News

BREAKING NEWS

ଡବା ଅସଲି ଘିଅ ନକଲି,ପୋଲିସ ପକ୍ଷରୁ ଚଢ଼ାଉ

ରାଉରକେଲା: ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି । ଡବା ଅସଲି କିନ୍ତୁ ଭିତରେ ଥିବା ଘିଅ ନକଲି । ସାରା ରାଜ୍ୟରେ ଓମଫେଡର ନାଁ ରହିଛି । ତେଣୁ ଲୋକେ ଆଖି ବୁଜିକି ଓମଫେଡ ସାମଗ୍ରୀ ଉପରେ ଭରଷା କରୁଛନ୍ତି । କିନ୍ତୁ କିଛି ଲୋକ ଓମଫେଡ ଡବା ଆଣି ସେଥିରେ ନକଲି ଘିଅ ପୁରାଇ ବିକ୍ରି କରୁଛନ୍ତି । ରାଉରକେଲାରୁ ଆସିଛି ଏହି ଖବର । ଓସଲି ଡବାରେ ନକଲି ଘିଅ ବିକ୍ରି କରୁଛନ୍ତି ଦୋକାନୀ ।

ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍‌ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏନେ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ରାଉରକେଲା ପୋଲିସ ଏବଂ ଓମଫେଡ୍ ର ଅଧିକାରୀଙ୍ଲ ମିଳିତ ଟିମ୍ ସହରର ପ୍ଲାଣ୍ଟ୍‌ସାଇଟ ହୋଲସେଲ୍‌ ବଜାର ସେକ୍ଟର -୭ ଓ ୮ ନମ୍ବର ମାର୍କେଟ ସମେତ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ ହୋଇଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ବିଭିନ୍ନ ନକଲି ସାମଗ୍ରୀକୁ ଜବତ କରାଯାଇ ଅଧିକ ଯାଞ୍ଚ ପାଇଁ ପଠାଯାଉଛି ।

 

Comments are closed.