ଭୁବନେଶ୍ୱର: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା। ଆଜି ଲାଇଭ୍ ଷ୍ଟ୍ରିମିଂର ଡ୍ରାଏ ରନ୍ । ଶେଷ ପର୍ଯ୍ୟାୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର। ନୋଡାଲ ସେଣ୍ଟର୍ ଓ ସମ୍ବେଦନଶୀଳ କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା।
ଆଜି ହେବ ଡ୍ରାଏ ରନ୍। ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଗତକାଲି ନୋଡାଲ ସେଣ୍ଟରରେ ପହଞ୍ଚିଛି ପ୍ରଶ୍ନପତ୍ର।
ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ। ବୋର୍ଡ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନେ ୬ ଶହ କେନ୍ଦ୍ରରେ ଭିଡିଓ ଲାଇଭ୍ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଏକାସଙ୍ଗେ ହେବ।
ରାଜ୍ୟର ୩ହଜାର ୧୩୩ଟି କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିବ। ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ ଭିଡିଓ ଲାଇଭ ହେବ। ଏହି ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଭିଡିଓର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍ ରୁମ୍ କରାଯାଇଛି। ପରୀକ୍ଷା ବେଳେ କେବଳ ସେଣ୍ଟର ସୁପରିଟେଣ୍ଡ ଓ ଅବଜରଭର୍ ମୋବାଇଲ ବ୍ୟବହାର କରିପାରିବେ।
Comments are closed.