ବ୍ରହ୍ମପୁର: ଦିନକୁ ଦିନ ବଢିଚାଲିଛି ବେଆଇନ କାରବାର। ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଚାଲିଛି ବେଆଇନ ହୁକ୍କା ବାର୍। ଏହି ବାର୍ରେ ଜମୁଛି ନାବାଳକଙ୍କ ଆଡ୍ଡା। ଏହି ଘଟଣାର ଖବର ପାଇ ଅତର୍କିତ ଚଢାଉ କରି ହୁକ୍କା ଷ୍ଟାଣ୍ଡ ସହ ଗୁଟଖା ଏବଂ ସିଗାରେଟ ଜବତ କଲା ବ୍ରହ୍ମପୁର ପୋଲିସର ୫ଟି ଟିମ୍।
ଘଟଣାରେ ୭ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବେଆଇନ୍ ଭାବରେ ଚାଲିଥିଲା ହୁକ୍କା ବାର୍। ଏହି ହୁକ୍କା ବାର୍ ଗୁଡ଼ିକରେ ଅନେକ ସମୟରେ ଲାଗି ରହୁଥିଲା ଗ୍ରାହକଙ୍କ ଭିଡ଼। ବିଶେଷ କରି ନାବାଳକ ଏହି ହୁକ୍କା ବାର୍ ଗୁଡ଼ିକରେ ଭିଡ଼ ଜମାଉଥିଲେ। ଏନେଇ ଖବର ପାଇ ଉକ୍ତ ହୁକ୍କା ବାର୍ ଗୁଡ଼ିକରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ।
ଚଢାଉ କରି ହୁକା ଷ୍ଟାଣ୍ଡ ସହ ଗୁଟଖା, ହୁକା ଏବଂ ବିଭିନ୍ନ ବ୍ରାଣ୍ଡର ସିଗାରେଟ ଜବତ କରିଛି ବ୍ରହ୍ମପୁର ପୋଲିସର ୫ଟି ଟିମ୍। ଏହି ଘଟଣାରେ ୭ ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି।