ନୂଆଦିଲ୍ଲୀ: ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗରଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ୨ଥର ଅଲିମ୍ପିକ ପଦକ ବିଜେତା ପହଲିମାନ ସୁଶୀଲ କୁମାରଙ୍କୁ ଖୋଜୁଛି । ତାଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି । ଛତ୍ରସାଲ ଷ୍ଟାଡିୟମରେ ଗଣ୍ଡଗୋଳ ପରେ ସାଗରଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ସେଠାରେ ଉପସ୍ଥିତ ଥିବା ସୁଶୀଲଙ୍କ ଆଉ ପତା ମିଳି ନ ଥିଲା । ଘଟଣା ମୁତାବକ ଦିଲ୍ଲୀ ମଡେଲ ଟାଉନ ଅଂଚଳରେ ସାଗର ଏବଂ ତାଙ୍କ ସାଙ୍ଗମାନେ ଯେଉଁ ଘରେ ରହୁଥିଲେ ସୁଶୀଲ ତାକୁ ଖାଲି କରିବା ପାଇଁ ଚାପ ପକାଉଥିଲେ । ଏହାକୁ ନେଇ ମଙ୍ଗଳବାର ରାତିରେ ଦୁଇ ପହିଲିମାନ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା । ଏଥିରେ ୫ ପହିଲାମାନ ଆହତ ହୋଇଥିଲେ ।
ଗୁରୁତର ଆହତ ସାଗର ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ସାଗରଙ୍କ ବାପା ଦିଲ୍ଲୀ ପୋଲିସରେ ହେଡ କନେଷ୍ଟବଳ ଭାବେ କାର୍ଯ୍ୟରତ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପଂହଚିବା ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲା । ପ୍ରାରମ୍ଭିକ ତଦନ୍ତରେ ସେଠାରେ ଫାୟାରିଂ ହୋଇଥିବା ଜଣାପଡିଛି । ରେସଲର ପ୍ରିନ୍ସ ଦଲାଲ ଓ ଅନ୍ୟ ୨ଜଣଙ୍କୁ ପୋଲିସ ଗିରଫ କରିଛି ।
Comments are closed.