Latest Odisha News

BREAKING NEWS

ପୋଲିସ ହାତରେ ପକ୍ସୋ କୋର୍ଟ ବିଚାରପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୁବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମର୍କତନଗର ପୋଲିସର ହସ୍ତଗତ ହୋଇଛି । ରଶି ଲଗାଇ ଝୁଲି ପଡ଼ିବାରୁ ସୁବାସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରଶି ଯୋଗୁ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ମଧ୍ୟ ରିପୋର୍ଟରେ ଦର୍ଶା ଯାଇଛି ।

ଗତ ୨ ତାରିଖରେ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ସୁବାସଙ୍କ ମାଆ । ସୁବାସଙ୍କ ପତ୍ନୀ ଓ ଶଳାଙ୍କ ନାଁରେ ଅଭିଯୋଗ କରିଥିଲେ ପରିବାର ଲୋକ । ଏପରିକି ବଳପୂର୍ବକ ଅନ୍ତିମ ସଂସ୍କାର ପୁରୀରେ କରାଯାଇଥିବା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.