ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଏକ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ୨ ଚୋରଙ୍କ ସହ ସହାୟତା କରୁଥିବା ୪ ସହଯୋଗୀଙ୍କୁ ଖଡ଼ିଆଳ ଥାନା ପୋଲିସ ଧରିଛି । ୨ ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪ ଅଭିଯୁକ୍ତଙ୍କୁ ନୋଟିସ୍ କରି ଛାଡ଼ି ଦିଆଯାଇ ଥିବା ଖଡ଼ିଆଳ ଏସଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି ।
ଖଡ଼ିଆଳର ଶ୍ରୀକାନ୍ତ ବିହାରୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଜୁନ୍ ୩୦ରେ ତାଙ୍କ ବାଇକ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ଶ୍ରୀକାନ୍ତ । ପୋଲିସ ତଦନ୍ତ କରି ମାମଲାରେ ମୁଖ୍ୟ ଦୁଇ ଅଭିଯୁକ୍ତ ଚାନ୍ଦୋପଲା ଗାଁର ତ୍ରିଲୋଚନ ଶବର ଏବଂ ଟାଙ୍ଗରିପଡ଼ାର ଗୋବର୍ଦ୍ଧନ ନାଗଙ୍କ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଧରିଛି ।
Comments are closed.