Latest Odisha News

BREAKING NEWS

 ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସ୍ବତନ୍ତ୍ର କୋର୍ଟ ନଭେମ୍ବର 16 ରେ ରାୟ ଘୋଷଣା କରିବାର ସମ୍ଭାବନା ରହିଛି। ସିବିଆଇ ଓକିଲ ଏବଂ ସତ୍ୟେନ୍ଦ୍ରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ସିବିଆଇ ଜଜ୍ ବିକାଶ ଧଲ ଏହି ଆବେଦନ ଉପରେ ତାଙ୍କ ଆଦେଶକୁ ସଂରକ୍ଷଣ ରଖିଛନ୍ତି।

ନଭେମ୍ବର 16 ରେ ଏହି ମାମଲାର ରାୟ ପ୍ରକାଶ ପାଇବ ।  ଜାମିନ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ କରିବାକୁ ପର୍ଯ୍ୟାପ୍ତ ସାକ୍ଷୀ ଏବଂ ତଥ୍ୟ ଅଛି। ଅଭିଯୁକ୍ତ ଅନ୍ୟ ଅଭିଯୁକ୍ତଙ୍କ ସହ ଟଙ୍କା ହେରଫେରରେ ସମ୍ପୃକ୍ତ ଥିବା ପ୍ରମାଣ ରହିଛି । ଅଭିଯୁକ୍ତ ଜୈନ କୋଲକାତା ଭିତ୍ତିକ କମ୍ପାନୀଗୁଡିକୁ ଟଙ୍କା ପଠାଇଛନ୍ତି ବୋଲି ପ୍ରମାଣ ରହିଛି ।
ଏହାପୂର୍ବରୁ ସ୍ୱତନ୍ତ୍ର ସିବିଆଇ ଜଜ୍ ଗୀତାଞ୍ଜଳି ଗୋଏଲ ଜୁନ୍ 18 ରେ ସତ୍ୟେନ୍ଦ୍ରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ମେ 30 ରେ ଇଡି ଜୈନଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.