Latest Odisha News

BREAKING NEWS

ଚୋରି ହୋଇଥିବା ସୁନା ଗହଣା ଫେରାଇଲା ପୋଲିସ

ଭଦ୍ରକ : ଚୋରି ହୋଇଥିବା ସୁନା ଗହଣାକୁ ଫେରି ପାଇଲେ ଲୋକ । ଘର ଲୋକଙ୍କୁ ଡାକି ଚୋରି ହୋଇଥିବା ସାମଗ୍ରୀକୁ ଫେରାଇଛି ପୋଲିସ । ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୂପା ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଉଦ୍ଧାର କରାଯାଇଥିବା ଏହି ଚୋରି ସାମଗ୍ରୀକୁ ୯ ଜଣ ପରିବାର ଲୋକଙ୍କୁ ଫେରସ୍ତ କରିଛି ଗ୍ରାମାଞ୍ଚଳ ପୋଲିସ ।

ସୂଚନା ଅନୁସାରେ, ଗତ କିଛିଦିନ ତଳେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା ଧରିବାରେ ସଫଳ ହୋଇଥିଲେ । ବିପୁଳ ପରିମାଣର ସୁନା, ରୂପା ଜବତ କରାଯିବା ସହ ୫ ଜଣ ସିନ୍ଧି ଚୋର ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ ସୁନା, ୪ କେଜି ରୁପା ସାମଗ୍ରୀ ଜବତ ହୋଇଥିଲା । ଭଦ୍ରକରେ କିଛି ଦିନ ମଧ୍ୟରେ ୯ ଜଣଙ୍କ ଘରୁ ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରି ଲୁଟେରା ଗ୍ୟାଙ୍ଗ ଓ ସହଯୋଗୀଙ୍କ ସମେତ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଚୋରି ହୋଇଥିବା ସାମଗ୍ରୀକୁ ଫେରି ପାଇ ପରିବାର ଲୋକ ଖୁସି ହେବା ସହ ପୋଲିସର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.