Latest Odisha News

BREAKING NEWS

ଏଟଲୀଙ୍କ ଫିଲ୍ମରେ ଶାହାରୁଖଙ୍କ ଡବଲ ରୋଲ !

ମୁମ୍ବାଇ:ବଲିଉଡ ବାଦଶାହ ଭାବେ ପରିଚିତ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ମାତା ଅଟଲୀଙ୍କ ସହ ଶାହାରୁଖ ଖାଁ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖ ଏହି ଫିଲ୍ମରେ ଡବଲ ରୋଲ କରିବେ । ଯବାନ ନାମକ ଏହି ଫିଲ୍ମରେ ସେ ଉଭୟ ବାପା ଏବଂ ପୁଅ ଭୂମିକାରେ ଅବତୀର୍ଣ୍ଣ ହେବେ । ୱେବ ସିରିଜ ମନୀ ହାଇଷ୍ଟର ଏହା ଦେଶୀ ଭର୍ସନ ହେବ ।

ନୟନତାରା ଓ ପ୍ରିୟାମଣିଙ୍କ ପରି ଗ୍ଳାମରସ ଅଭିନେତ୍ରୀ ଏଥିରେ ଅଭିନୟ କରୁଛନ୍ତି । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଏହି ଫିଲ୍ମର ଲୁକ୍ ଏବଂ ଭିଡିଓ ଯେପରି ଲିକ ନ ହୁଏ ସେଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.