Latest Odisha News

ଶିଶୁଙ୍କୁ ବିକ୍ରୀ ହେଉଥିଲା ହ୍ବିସ୍କି ମିଶା ଆଇସକ୍ରିମ! 

ହାଇଦ୍ରାବାଦ: ଶିଶୁଙ୍କୁ ବିକ୍ରୀ ହେଉଥିଲା ହ୍ବିସ୍କି ମିଶା ଆଇସକ୍ରିମ।ହାଇଦ୍ରାବାଦର ଜୁବୁଲି ହିଲ୍ସରୁ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

ସାଢେ ୧୧ କିଲୋର ହ୍ବିସ୍କି ମିଶା ଆଇସକ୍ରିମ ଜବତ କରାଯାଇଛି।

ଅବକାରୀ ବିଭାଗର ଅଧିକାରୀମାନେ ଜୁବୁଲି ହିଲ୍ସର ଏକ ପାର୍ଲରରୁ ୧୧.୫ କିଲୋଗ୍ରାମର ୱିସ୍କି ମିଶା ଆଇସକ୍ରିମ୍ ଜବତ କରିଛନ୍ତି। ଜବତ ହୋଇଥିବା ଆଇସକ୍ରିମକୁ କିଲୋଗ୍ରାମ ପ୍ରତି ୧୦୦ ମିଲି. ୱିସ୍କି ମିଶାଯାଇଥିଲା ଏବଂ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିଲା।

ଚଢାଉର ନେତୃତ୍ୱ ନେଇଥିବା ଅଧିକାରୀ ପ୍ରଦୀପ ରାଓ କହିଛନ୍ତି ଯେ ଆଲକୋହଲ ଯୁକ୍ତ ୨୩ଟି ଆଇସକ୍ରିମ ବାକ୍ସ ଜବତ କରାଯାଇଛି। ଯାହାକୁ ବିକ୍ରୟ ପାଇଁ ରଖାଯାଇଥିଲା। ଏହି ମାମଲାରେ ଦୟାକର ରେଡ୍ଡୀ, ଶୋଭାନ୍ ଏବଂ ଅନ୍ୟମାନଙ୍କୁ ଅଧିକାରୀମାନେ ଗିରଫ କରିଛନ୍ତି। ତେବେ ଏହି ଆଇସକ୍ରିମ ପାର୍ଲର ଶରତ ଚନ୍ଦ୍ର ରେଡ୍ଡୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା ବୋଲି ଜଣାପଡିଛି।

 

Comments are closed.