Latest Odisha News

BREAKING NEWS

ପୋଲିସ SI କେଳେଙ୍କାରୀ, ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ। ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ। ଜାମିନକୁ ବିରୋଧ କରିଥିଲା ସିବିଆଇ। ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା। ଏହି ସମୟରେ କ୍ରାଇମବ୍ରାଞ୍ଚ ଡିଏସପି ଓ ସରକାରୀ ଜିଲ୍ଲା ଓକିଲ ମଧ୍ୟ ଉପସ୍ଥିତ ଥିଲେ।

ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ୧୧ ସହଯୋଗୀ ଗିରଫ ହୋଇଥିଲେ। ଆଜି ଭିଜିଲାନ୍ସ କୋର୍ଟରେ ଶଙ୍କର ପୃଷ୍ଟି, ସାଗର ଗୌଡ଼, ସୁରେଶ ନାୟକ ଓ ଅରବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା ।

ଶୁଣାଣି ବେଳେ CBI ଟିମ କୋର୍ଟରେ ଉପସ୍ଥିତ ଥିଲା। ଜାମିନ ନଦେବା ପାଇଁ ନିଜ ଓକିଲଙ୍କ ମାଧ୍ୟମରେ ଯୁକ୍ତି ରଖିଥିଲା ସିବିଆଇ। ସେପଟେ ମୂଳ ମାମଲା ସ୍ଥାନାନ୍ତର ପାଇଁ ଜେଏମଏଫସି କୋର୍ଟକୁ ଯାଇ ଆବେଦନ କରିଛି ସିବିଆଇ। ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ।

Comments are closed.