କେନ୍ଦ୍ରାପଡା: ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ପୋଲିସ ବ୍ଲକିଂ ଚେକିଂ ଆରମ୍ଭ କରିଛି । ବିଭିନ୍ନ ଯାତ୍ରୀବାହୀ ବସ୍ ଓ ଅନ୍ୟ ଗାଡ଼ିମୋଟର ଯାଞ୍ଚ କରୁଛି ପୋଲିସ ।
କେନ୍ଦ୍ରାପଡ଼ା ଜିଲ୍ଲାର ଦୁହୁରିଆ, ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ଆଦି ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି ଏବଂ ଜଗତସିଂହପୁରରୁ ଫେରାର ହୋଇଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରିବା ଲାଗି ବି ଏଭଳି ଧରପଗଡ଼ କରାଯାଉଥିବା କୁହାଯାଉଛି।
ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ଓ ପଳାୟନ ଆଶଙ୍କା କରି ପୋଲିସ ଯାଞ୍ଚ କରୁଛି ।
। ପୁଲିସ ବିଭିନ୍ନ ସ୍ଥାନରେ ବ୍ଳକିଙ୍ଗ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଯାଞ୍ଚ କରୁଛି ।
Comments are closed.