Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୁଲିସ୍ ବାବୁ

ଅନୁଗୁଳ: ପୁଣି ଖାକିରେ କଳଙ୍କ । ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର । ଶେଷରେ ବନ୍ଧା ହେଇଛନ୍ତି ପୋଲିସ ବାବୁ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ରାତି ଅଧିଆ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଛି ପୋଲିସ ବାବୁଙ୍କୁ । ଏହି ପୋଲିସ୍‌ ବାବୁ ଜଣକ ହେଲେ ବଅଁରପାଳ ଥାନାର ସବ୍-ଇନସପେକ୍ଟର ନୀଳମଣି ମହାନ୍ତି। ସେନା ବାହିନୀରୁ ଅବସର ନେବା ପରେ ପୋଲିସ୍‌ ବିଭାଗରେ ନିଯୁକ୍ତି ପାଇଥିଲେ।

କିଛିଦିନ ପୂର୍ବେ ପାଟ୍ରୋଲିଂରେ ଥିବାବେଳେ ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରର କବାଟ ବାଡ଼େଇ ଘର ଭିତରେ ପଶିଥିଲେ। ଏପରିକି ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୋଲିସ ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ପୋଲିସ୍‌ ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.