Latest Odisha News

BREAKING NEWS

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର୍ ଟିଟୋକୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

କେନ୍ଦ୍ରାପଡ଼ା : ଏକ ହତ୍ୟାକାଣ୍ଡ ମାମଲାରେ ପଚରାଉଚରା ପାଇଁ ଗ୍ୟାଙ୍ଗଷ୍ଟର୍ ଟିଟୋକୁ କେନ୍ଦ୍ରାପଡ଼ା ପୋଲିସ ୨ଦିନିଆର ରିମାଣ୍ଡରେ ନେଇଛନ୍ତି ।

ଗତବର୍ଷ ଡ଼ିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚକଡ଼ା ଗ୍ରାମରେ ଇଞ୍ଜିନିୟର ଦେବାଶିଷ ସାହୁ ହତ୍ୟାକାଣ୍ଡ ମାମଲାରେ ଟିଟୋର ସଂପୃକ୍ତି ଥିବା ନେଇ କେନ୍ଦ୍ରାପଡ଼ା ପୋଲିସ ଟିଟୋକୁ ପଚରାଉଚରା କରିବ ।

କେନ୍ଦ୍ରାପଡ଼ା ପୋଲିସର ଅନୁରୋଧ କ୍ରମେ କେନ୍ଦ୍ରାପଡ଼ାର ସବ ଡ଼ିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ଏସଡ଼ିଜେମ) ଅଦାଲତ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାଲାଗି ଟିଟୋକୁ ୨ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।

ପୋଲିସ ରେକର୍ଡ଼ ଅନୁସାରେ ୧୦ଲକ୍ଷ ଟଙ୍କାର ଦାଦାବଟି ଲାଗି ଇଞ୍ଜିନିୟରଙ୍କୁ ହତ୍ୟାକରିଥିବାର ଅଭିଯୋଗ ଟିଟୋ ନାମରେ ରହିଛି । ତେଣୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଟିଟୋଠୁ ଅଧିକ ତଥ୍ୟ ହାସଲ କରିବ କେନ୍ଦ୍ରାପଡ଼ା ପୋଲିସ ।

Leave A Reply

Your email address will not be published.