Latest Odisha News

BREAKING NEWS

ରିଲିଜ୍ ହେଲା ‘ପଲଟନ୍’ର ଟ୍ରେଲର୍

ପ୍ରସିଦ୍ଧ ନିର୍ଦ୍ଦେଶକ ଜେପି ଦତ୍ତା ପୁଣିଥରେ ବଲିଉଡରେ ନିର୍ଦ୍ଦେଶକ ଭାବେ କମବ୍ୟାକ୍ କରୁଛନ୍ତି । ଆପଣ ଜାଣିଥିବେ ‘ବର୍ଡର’ ଓ ‘ଏଲ୍ଓସି କାରଗିଲ୍’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେପି । ଏହି ସୁପରହିଟ୍ ଫିଲ୍ମ ଗୁଡିକ ସେ ସମୟରେ ଚାରିଆଡେ ଚହଳ ସୃଷ୍ଟି କରିଥିଲା । ଦୀର୍ଘ ୧୨ ବର୍ଷ ପରେ ଜେପି ‘ପଲଟନ୍’ ଫିଲ୍ମ ଜରିଆରେ ପୁଣିଥରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।

ଭାରତୀୟ ସେନା ବାହିନୀ ଉପରେ ଆଧାରିତ ‘ପଲଟନ’ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ରିଲିଜର କିଛି ସମୟ ଭିତରେ ସୋସିଆଲ୍ ମିଡିଆରେ ଏହାକୁ ଭଲ ରେସପୋନ୍ସ ମିଳିପାରିଛି । ଏଥିରେ ସୋନୁ ସୁଦ୍, ଜ୍ୟାକି ଶ୍ରଫ୍, ଅର୍ଜୁନ ରାମପାଲ୍, ଗୁରମିତ୍ ଚୌଧୁରୀ, ସୋନଲ ଚୌହାନ, ଦୀପିକା କକ୍କଡ ଓ ମୋନିକା ଗିଲ୍ ପ୍ରମୁଖ ଦମଦାର ଭୂମିକାରେ ନଜର ଆସିବେ ।

ସୂଚନା ଅନୁଯାୟୀ ୧୯୬୭ ମସିହାରେ ସିକ୍କିମ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷର୍ ଉପରେ ଏହି ଫିଲ୍ମଟି ଆଧାରିତ । ‘ପଲଟନ’ ଫିଲ୍ମ ସେପ୍ଟେମ୍ବର ୭ରେ ରିଲିଜ୍ ହେବାକୁ ଥିବାବେଳେ ଏଥିରେ ଆର୍ମି ଅଫିସର ମାନଙ୍କ ପରିବାରର କିଛି ଝଲକ ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.