Latest Odisha News

BREAKING NEWS

ପୋଲିସ ଖୋଲିବ ହ୍ୟୁମାନ ମୃତ୍ୟୁ ରହସ୍ୟ, ଚିନ୍ତାରେ ୯ ଜଣ

ଭୁବନେଶ୍ୱର: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଥିବା ବିବାଦ ଏବେ ବି କମିନି। ମା ଶେଫାଳୀ ସୁନା ଏତଲା ଦେବା ପରେ କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ମୋଟ ୯ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା, ଆଉ ସେହି ଏତଲାକୁ ଭିତ୍ତି କରି ତଦନ୍ତ ହେବ ବୋଲି ସେ କହିଛନ୍ତି। ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା କୁହାଯାଇଛି। ଯେଉଁମାନଙ୍କ ନାଁରେ ଏତଲା ଅଛି ସେମାନଙ୍କୁ ନୋଟିସ କରି ଡକାଯିବ।

ପୋଲିସ ତରଫରୁ ଏଭଳି ପ୍ରତିକ୍ରିୟା ଆସିଲା ପରେ ହ୍ୟୁମାନଙ୍କ ମା ଶେଫାଳୀ ବେସ ଖୁସି ହୋଇଛନ୍ତି। ପୁଅ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଯିଏ ବି ଦାୟୀ ଥିବ ତାକୁ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ତଳେ ଲିଭର ଜନିତ ରୋଗରେ ପୀଡିତ ହୋଇ ହ୍ୟୁମାନଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ଦେହ ଖରାପ ସତ୍ୱେ ଜାଣିଶୁଣି ତାଙ୍କ ମ୍ୟାନେଜର ଷ୍ଟେଜରେ ପୋଗ୍ରାମ କରାଉଥିଲେ ବୋଲି ମା ଅଭିଯୋଗ କରିଥିଲେ ।

କେବଳ ମ୍ୟାନେଜର ନୁହଁନ୍ତି କଣ୍ଠଶିଳ୍ପୀ ଅର୍ପିତାଙ୍କ ନାଁ ମଧ୍ୟ ସେତେବେଳେ ମା କହିଥିଲେ । ଅର୍ପିତା ପ୍ରବଳ ମାନସିକ ଚାପ ଦେବାରୁ ହ୍ୟୁମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ତେଣୁ ଏହି ଘଟଣାରେ ପୋଲିସ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ବାହାର କରୁ ବୋଲି ସେ ଦାବି କରିଥିଲେ । ହ୍ୟୁାମାନଙ୍କ ମା ଏତଲା ଦେବା ପରେ ପୋଲିସ ଏବେ ସମସ୍ତଙ୍କୁ ଥାନାକୁ ଡାକି ପଚାରିବ ବୋଲି କୁହାଯାଇଛି । ପୋଲିସ ତଦନ୍ତ କଲେ ହ୍ୟୁମାନ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

Comments are closed.