Latest Odisha News

BREAKING NEWS

୭ ଦିନିଆ ରିମାଣ୍ଡରେ ଗଲେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ସୂତ୍ରଧର ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ମଙ୍ଗଳବାର ଗିରଫ କରି ତୀସ ହଜାରୀ କୋର୍ଟରେ ହାଜର କରିଛି । କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୁଲିସ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲା । କିନ୍ତୁ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି ।

ଗତ ୨୬ ତାରିଖରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀ ଲାଲକିଲାରେ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ । ପ୍ରାୟ ୧୫ ଦିନ ଧରି ଫେରାର ରହିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ଦୀପ ସିଦ୍ଧୁଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।

Leave A Reply

Your email address will not be published.