Latest Odisha News

BREAKING NEWS

ଦିଲ୍ଲୀରେ ପୁଣି ବାର୍ଡ ଫ୍ଲୁ ଆତଙ୍କ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀରେ ବାର୍ଡ ଫ୍ଲୁ ଆତଙ୍କ । କିଛି ଦିନ ତଳେ ଜାତୀୟ ପ୍ରାଣୀ ଉଦ୍ୟାନରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ବେଳେ, ଏବେ ପୁଣି ୭ଟି ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି । ବାର୍ଡ ଫ୍ଲୁ ବ୍ୟାପିକାକୁ ଦୃଷ୍ଟିରେ ରଖି ଜାତୀୟ ପ୍ରାଣୀ ଉଦ୍ୟାନରୁ ମୋଟ ୭ଟି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ୭ଟି ଯାକ ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି ।

ଚଳିତ ବର୍ଷ ଜାନୁଆରିରେ, ଦେଶର ୭ରୁ ଅଧିକ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ପ୍ରାଣୀ ଉଦ୍ୟାନ ଓ ଜାତୀୟ ଉଦ୍ୟାନଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଦିଲ୍ଲୀର ଲାଲକିଲ୍ଲାରୁ ସଂଗୃହିତ ମୃତ କାଉଙ୍କ ନମୁନା ପରୀକ୍ଷା ପରେ ଏହା ବାର୍ଡ ଫ୍ଲୁ ବୋଲି ଜଣାପଡିଥିଲା । ଏହାକୁ ଦୃଷ୍ଟିରେ ରଖି କୁକୁଡ଼ା ମାଂସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଦିଲ୍ଲୀ ସରକାର । ଏବେ ପୁଣି ୭ଟି ନମୁନା ପଜିଟିଭ ଆସିବା ପରେ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ିଛି ।

Leave A Reply

Your email address will not be published.