Latest Odisha News

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗାଁରେ ପଶି ଗ୍ରାମବାସୀଙ୍କୁ ପୋଲିସର ମାଡ଼ । ପାରାଦୀପ ଢିଙ୍କିଆରେ ମାଡ ମାରିବା ନେଇ ପୁରୁଷ କି ମହିଳାଙ୍କୁ ବାଦ୍ ଦେଇନି ପୋଲିସ । ଦୀର୍ଘ ଦିନ ହେଲା ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।

ତେବେ ଆଜି ବିରୋଧ ନେଇଥିଲା ତୀବ୍ରତର ରୂପ । ପ୍ରଶାସନିକ ଅଧିକାରୀଙ୍କୁ ଗାଁରେ ପ୍ରବେଶ କରାଇନଦେବାକୁ ସମସ୍ତ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ତେବେ ଗାଁ ଲୋକଙ୍କ ବିରୋଧକୁ ଦମନ କରିବା ଲାଗି ଆଜି ପୋଲିସ ମାଡବର୍ଷା କରିଛି । ପୂର୍ବରୁ ମାହାଳ, ଗୋବିନ୍ଦପୁର ଗ୍ରାମର ପାନ ଚାଷୀ ଜେଏସଡବ୍ଲ୍ୟୁ କମ୍ପାନୀକୁ ପାନ ବରଜ ଦେବା ସହିତ କ୍ଷତିପୂରଣ ବାବଦକୁ ଅର୍ଥ ନେଇଥିଲେ ।

ଏପରିକି ଢିଙ୍କିଆ ଗ୍ରାମର କିଛି ଲୋକ ମଧ୍ୟ କମ୍ପାନୀକୁ ପାନବରଜ ହସ୍ତାନ୍ତର କରିଥିଲେ । ପୋଲିସ ମଧ୍ୟ ଗ୍ରାମବାସୀଙ୍କ ସହିତ ମିଶି କାର୍ଯ୍ୟ କରୁଥିଲା ।ହେଲେ ଆଜି ପାଖାପାଖି ୧୫ ପ୍ଲାଟୁନ ପୋଲିସ ଢିଙ୍କିଆ ଗ୍ରାମରେ ପଶି ବିରୋଧୀଙ୍କୁ ପ୍ରବଳ ମାଡ଼ ମାରିଛନ୍ତି । ଫଳରେ ଢିଙ୍କିଆ ଗାଁ ଜନଶୂନ୍ୟ ହୋଇପଡିଛି ।

Comments are closed.