ବଲାଙ୍ଗିର: ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ମାଓବାଦୀ ଲୁଚିଥିବା ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୋଲିସ । କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ତେବେ ଗତକାଲି ରାତିରୁ ଗୁଳି ବିନିମୟ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି ।
ସୂଚନା ଥାଉକି, ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୂର୍ବ ସୂଚନା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ । ଫଳରେ ମାଓବାଦୀ ଥିବା ନେଇ ପୋଲିସ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏହା ପରେ ମାଓବାଦୀ ମାନେ ବି ଜୋରଦାର ଗୁଳିମାଡ କରିଥିଲେ । ଏବେ ବି ସେଠାରେ କମ୍ୱିଂ ଜାରି ରହିଛି । ତାସହ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିବା ସୂଚନା ଦେଲେ ବଲାଙ୍ଗିର ଏସପି ରିସିକେଶ ଖିଲାରୀ।
ଅନ୍ୟପଟେ ଛତିଶଗଡ଼ର ସୁକମା ଜିଲ୍ଲାରେ ମଧ୍ୟ ଆଜି ସକାଳୁ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟରେ ହୋଛି । କେର୍ଲାପାଲ ଥାନା ଅଞ୍ଚଳର ଏକ ଜଙ୍ଗଲରେ ହୋଇଛି ଏହି ଘଟଣା । ଗୁଳିବିନିମୟରେ ଅତି କମରେ ୧୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
Comments are closed.