କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କ ଠାରୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବେ ବେଳେ ରାଜମହଲ ଛକରେ ମାଡି ବସିଲା ଭିଜିଲାନ୍ସ ।
ଇନିସପେକ୍ଟର ବିଜୟ ବାରିକଙ୍କ ବିଭିନ୍ନ ଠିକଣାରେ ଚାଲିଛି ଚଢାଉ । ଭୁବନେଶ୍ୱରରେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍ ଚାଲିଛି । ଚଢାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ଟଙ୍କା ଭିଜିଲାନ୍ସ ହାତରେ ଲାଗିଛି । ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି ।