Latest Odisha News

ପର୍ଣ୍ଣଷ୍ଟାର୍‌ଙ୍କ ସହ ଅବୈଧ ସମ୍ପର୍କ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ ଡିସି: ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେଇ ମୁହଁ ଚୁପ କରାଇବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅପରାଧିକ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଟ୍ରମ୍ପ ପର୍ଣ୍ଣଷ୍ଟାର ଡାନିଏଲ୍‌ ଷ୍ଟର୍ମଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ।

ଏହାପରେ ୨୦୧୬ରେ ନିଜ ଓକିଲଙ୍କ ହାତରେ ଟଙ୍କା ଦେଇ ତାଙ୍କୁ ମୁହଁ ଚୁପ୍ କରି ରହିବାକୁ ବାଧ୍ୟ କରିଥିଲେ। ନ୍ୟୁୟର୍କ ଗ୍ରାଣ୍ଡ ଜୁରୀ ମାମଲାର ଶୁଣାଣି କରି ଟ୍ରମ୍ପଙ୍କ ଉପରେ ଅପରାଧିକ ମାମଲା ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି।

ଏବେ ଟ୍ରମ୍ପଙ୍କ ପାଖରେ ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ ରାସ୍ତା ନାହିଁ। ଯଦି ଟ୍ରମ୍ପ ଆତ୍ମସମର୍ପଣ ନ କରନ୍ତି, ତେବେ ପୁଲିସ ବାଧ୍ୟ ହୋଇ ତାଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି। ତେବେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବା ପରେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ ଏପ୍ରିଲ ୪ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ବୋଲି କୁହାଯାଉଛି।

ଟ୍ରମ୍ପ ଦେଶରେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ମନହଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଏଲ୍‌ଭିନ ବ୍ରେଗ୍‌ଙ୍କ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟ୍ରମ୍ପଙ୍କ ସରେଣ୍ଡର କରିବା ନେଇ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଓକିଲଙ୍କୁ ସମ୍ପର୍କ କରାଯାଉଛି। ସୂଚନା ଅନୁସାରେ,  ଟ୍ରମ୍ପଙ୍କୁ ପୁଲିସ ହେପାଜତରେ ରଖାଯିବ।

Comments are closed.