Latest Odisha News

BREAKING NEWS

ମଶାଧୂପ ନେଇଗଲା ଗୋଟିଏ ପରିବାରର ୬ ଜୀବନ

ନୂଆଦିଲ୍ଲୀ: ମଶା ମରା କଏଲ ନେଇଗଲା ଗୋଟିଏ ପରିବାରର ୬ ଜୀବନ । ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାସ୍ତ୍ରୀ ପାର୍କ ଇଲାକାରେ।  ପରିବାରର ସଦସ୍ୟ ଗୋଟିଏ ଘରେ ମଶାମରା କଏଲ ଲଗାଇ ଶୋଇ ପଡିଥିଲେ । କଏଲରୁ ନିଆଁ ଲାଗି ୨ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ୪ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ସଦସ୍ୟଙ୍କର ଅବସ୍ଥା ଗୁରୁତର ଅଛି  । ସେମାନଙ୍କୁ ପ୍ରବେଶଚନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୯ଟା ସମୟରେ ଏହି ଘଟଣା ସମ୍ପର୍କରେ ପୋଲିସ ପାଖକୁ ଏକ ପିସିଆର କଲ ଆସିଥିଲା  । ମଶାମରା କଏଲରେ ଡିଡିଟି, ଅନ୍ୟ କାର୍ବନ ଫସଫରସ ଏବଂ ବିଷାକ୍ତ ଜିନିଷ ରହିଛି   । ରାତିରେ ଏହି କଏଲ ଲଗାଇବା ଦ୍ୱାରା ରାତିରେ ଗ୍ୟାସ ବାହାରକୁ ଯାଇ ପାରି ନ ଥିଲା । ଏହାବ୍ୟତୀତ କଏଲରୁ ନିଆଁ ଲାଗି ତକିଆରେ ଲାଗି  ଯାଇଥିଲା । ଫଳରେ ନିଆଁ ଓ ଧୂଆଁ ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.