ନୂଆଦିଲ୍ଲୀ: ୩ଟି କୃଷି ଆଇନର ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଘୋଷଣାକୁ କୃଷକ ସଂଗଠନ ସ୍ୱାଗତ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଓ ରାଜନେତା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେହି କେହି ଏହା କୃଷକଙ୍କ ବିଜୟ ବୋଲି କହିଛନ୍ତି ।
ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଲା: ରାହୁଲ
କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି, ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଲା । ଅନ୍ୟାୟ ବିରୋଧରେ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ।
देश के अन्नदाता ने सत्याग्रह से अहंकार का सर झुका दिया।
अन्याय के खिलाफ़ ये जीत मुबारक हो!जय हिंद, जय हिंद का किसान!#FarmersProtest https://t.co/enrWm6f3Sq
— Rahul Gandhi (@RahulGandhi) November 19, 2021
ମୋଦିଙ୍କ ଅହଂକାରର ହାର: ଗେହଲଟ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି, ୩ଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ଗଣତନ୍ତ୍ରର ବିଜୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାରର ହାର । ବର୍ଷେ ଧରି ଆନ୍ଦୋଳନରତ କୃଷକଙ୍କ ଧୈର୍ୟ୍ୟର ବିଜୟ । ମୋଦି ସରକାରଙ୍କ ଅଦୂରଦର୍ଶିତା ଓ ଅଭିମାନ ଯୋଗୁ ବହୁ କୃଷକଙ୍କ କିଭଳି ଜୀବନ ଦେବାକୁ ପଡ଼ିଲା ସେକଥା ଦେଶବାସୀ କେବେ ଭୁଲି ପାରିବେ ନାହିଁ ।
तीनों काले कृषि कानूनों की वापसी की घोषणा लोकतंत्र की जीत एवं मोदी सरकार के अहंकार की हार है। यह पिछले एक साल से आंदोलनरत किसानों के धैर्य की जीत है। देश कभी नहीं भूल सकता कि मोदी सरकार की अदूरदर्शिता एवं अभिमान के कारण सैकड़ों किसानों को अपनी जान गंवानी पड़ी है।
— Ashok Gehlot (@ashokgehlot51) November 19, 2021
ଏବେ ଠିକ୍ ପଦକ୍ଷେପ ହେଲା: ସିଦ୍ଧୁ
ପଞ୍ଜାବ ପିସିସ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କହିଛନ୍ତି, କଳା ଆଇନକୁ ପ୍ରତ୍ୟାହାର କରି ସରକାର ଏବେ ଠିକ୍ ପଦକ୍ଷେପ ନେଇଛନ୍ତି । କୃଷକ ମୋର୍ଚ୍ଚା ସତ୍ୟାଗ୍ରହର ଐତିହାସିକ ସଫଳତା ମିଳିଛି । ସେମାନଙ୍କର ବଳିଦାନରୁ ଏହି ସମ୍ଭବ ହୋଇଛି ।
Repealing of black laws a step in the right direction …. Satyagrah of Kisan morcha gets historic success…. You’re sacrifice has paid dividends…. Revival of farming in Punjab through a road map should be the top priority for the Pb govt ….accolades
— Navjot Singh Sidhu (@sherryontopp) November 19, 2021
ମୋଦିଙ୍କୁ ଧନ୍ୟବାଦ ଦେଲେ ଅମିରନ୍ଦର ସିଂହ
କ୍ୟାପଟେନ୍ ଅମିରନ୍ଦର ସିଂହ ଟ୍ୱିଟ୍ କରି ଲେଖିଛନ୍ତି ଗ୍ରେଟ୍ ନ୍ୟୁଜ୍ । ଗୁରୁ ନାନକ ଜୟନ୍ତୀ ଅବସରରେ ପଞ୍ଜାବୀଙ୍କ ଦାବି ମାନିବା ଓ କୃଷି ଆଇନ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୃଷକଙକ୍ ବିକାଶ ଦିଗରେ କେନ୍ଦ୍ର ସରକାର କାମ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
Comments are closed.