Latest Odisha News

BREAKING NEWS

ଭାରତ ସହିତ କରୋନା ଟିକାକରଣ ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ପାଇଁ ରାଜି ୧୧୦ ଦେଶ

ନୂଆଦିଲ୍ଲୀ: ୧୧୦ ରୁ ଅଧିକ ଦେଶ ଏପର୍ଯ୍ୟନ୍ତ ଭାରତ ସହିତ କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ପାଇଁ ସହମତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କେନ୍ଦ୍ର ସରକାର ବିଶ୍ବର ଅନ୍ୟ ଦେଶମାନଙ୍କ ସହ ଯୋଗାଯୋଗ ଜାରି ରଖିଛନ୍ତି।

ବର୍ତ୍ତମାନ ୧୧୦ଟି ଦେଶ ଟିକାକରଣ ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ପାଇଁ ସହମତ ହୋଇଛନ୍ତି ଏବଂ  କୋଭିଶିଲ୍ଡ / ହୁ ଅନୁମୋଦିତ / ଜାତୀୟ ସ୍ତରରେ ଅନୁମୋଦିତ କୋଭିଡ ଟିକା ସହିତ ଯାତ୍ରୀଙ୍କ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମଧ୍ୟ ସ୍ୱୀକୃତି ଦେଇଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ କିମ୍ବା ହୁ ଦ୍ବାରା ସ୍ବୀକୃତିପ୍ରାପ୍ତ ଟିକାକରଣର ପ୍ରମାଣପତ୍ରର ପାରସ୍ପରିକ ସ୍ୱୀକୃତି ଉପରେ ଭାରତ ସହିତ ଚୁକ୍ତିନାମା ଅଛି।

Leave A Reply

Your email address will not be published.