Latest Odisha News

BREAKING NEWS

କିଏ ଏହି ‘ସାହେବ’?, ଯାହାଙ୍କ ଜାଲରେ ନପଡିବାକୁ ନିବେଦନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ସାହେବ ବୋଲି ସମ୍ବୋଧନ କରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରାଯାଉଛି । ଏଥିରେ ନପଡିବାକୁ ଅନୁରୋଧ କରିଛନ୍ତି ।

ପ୍ରଶାନ୍ତ ଲେଖିଛନ୍ତି, ୨୦୨୪ରେ ଭାରତ ପାଇଁ ଜୋରଦାର ଲଢେଇ ହେବ । ଏହି ଲଢେଇ ଦେଶ ପାଇଁ ହେବ । ରାଜ୍ୟ ପାଇଁ ନୁହେଁ । ତେଣୁ ବିଧାନସଭା ନିର୍ବାଚନ ବିଜୟୀ ହେବା ପରେ ସାଧାରଣ ନିର୍ବାଚନ ପାଇଁ ଏକ ପରିବେଶ ସୃଷ୍ଟି କରାଯାଉଛି । ଯଦ୍ୱାରା ବିରୋଧୀ ଚାପରେ ରହିବେ । ଏହା ସାହେବ ଜାଣିଶୁଣି କରୁଛନ୍ତି । ତେଣୁ ଏହି ଜାଲରେ ପଡନ୍ତୁ ନାହିଁ ।

ଉଲ୍ଲେଖଯୋଗ୍ୟ, ଏଠାରେ ପ୍ରଶାନ୍ତ କିଶୋର ସାହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ଗତକାଲି ୟୁପି ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଦିଲ୍ଲୀ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଉଦବୋଧନ ଦେଇଥିଲେ । ଏହି ସମୟରେ ସେ କହିଥିଲେ ୟୁପି ବିଧାନସଭା ନିର୍ବାଚନର ଫଳାଫଳ ୨୦୨୨ ୟୁପି ବିଧାନସଭା ଫଳାଫଳରୁ ଜଣା ପଡିସାରିଲାଣି ।

ଏହି ଯୁକ୍ତି ସତ ହେବ ବୋଲି କହିବାକୁ ଯାଇ ମୋଦୀ ୨୦୧୪ରେ ୟୁପି ଲୋକସଭା ଆସନ ନିର୍ବାଚନର ଫଳାଫଳ କଥା ଦୋହରାଇଥିଲେ । ଏହି ସମୟରେ ୟୁପିରେ ସମାଜବାଦୀ ସରକାର ଥିଲା । କିନ୍ତୁ ସାଧାରଣ ନିର୍ବାଚନରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଥିଲାା ଆଉ ଲୋକସଭା ନିର୍ବାଚନର ତିନି ବର୍ଷ ପରେ ଅର୍ଥାତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇଥିଲା । ସେହିପରି ୨୦୧୯ ଲୋକସଭା ଆସନରେ ମଧ୍ୟ ବିଜେପି ଏଠାରେ ଅଧିକାଂଶ ଆସନ ଜିତି ପୁଣିଥରେ ସରକାର ଗଢିବାରେ ସକ୍ଷମ ହୋଇଛିା ଆଉ ଏବେ ପୁଣିଥରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ।

ଏଯାବତ ଦେଶରେ ଯେଉଁ ଦଳ ସରକାର ଗଢିଛି ସେ ପ୍ରଥମେ ୟୁପି ଦଖଲ କରିବାକୁ ଚାହିଁଛିା କାରଣ ଯେଉଁ ରାଜନୀତିକ ଦଳ ସଫଳ ହେବ ସିଏ ସରକାର ଗଢିବାରେ ସଫଳ ହେବ ।

Comments are closed.