Latest Odisha News

BREAKING NEWS

ବଢ଼ିଲା ଘୋଡ଼ା ବେପାର ଭୟ, ବେଙ୍ଗାଲୁରୁ ଗଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂର ଭୟ। ବେଙ୍ଗାଲୁରୁ ଗଲେ କଂଗ୍ରେସ ବିଧାୟକ। ହୁଇପ୍ ପରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ। ୮ରୁ ୯ ଜଣ କଂଗ୍ରେସ ବିଧାୟକ ବାହାରକୁ ଯାଇଥିବା ଜଣାପଡ଼ିଛି। ପିସିସି ସଭାପତି ସମସ୍ତଙ୍କୁ ବେଙ୍ଗାଲୁରୁ ନେଇଥିବା ସୂଚନା ରହିଛି।

ବେଙ୍ଗାଲୁରୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ଭିତରେ ଅଛନ୍ତି ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ, ମଙ୍ଗୁ ଖିଲ। ଆସନ୍ତା ୧୫ ତାରିଖରେ କଂଗ୍ରେସ ବିଧାୟକ ଓଡ଼ିଶା ଫେରିବେ। ପିସିସି ସଭାପତି ଭକ୍ତ ଦାସ ବିଧାୟକଙ୍କ ସହ ଦିଲ୍ଲୀ ଯାଇଛନ୍ତି । ସେଠାରୁ ବେଙ୍ଗାଲୁରୁ ଯିବେ ବୋଲି ସୂଚନା ମିଳିଛି । ସେହିପରି ରାମଚନ୍ଦ୍ର କାଡାମ, ରମେଶ ଜେନା ରାଜ୍ୟ ବାହାରକୁ ଯାଇନଥିବା ସୂଚନା ମିଳିଛି।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘୋଡା ବେପାର ଆଶଙ୍କା ରହିଛି। ସେପଟେ ପୂର୍ବରୁ ବିଜେଡି ପକ୍ଷରୁ ମଧ୍ୟ ହୁଇପ୍ ଜାରି କରାଯାଇଥିଲା । ବିଧାୟକଙ୍କ ପାଇଁ ହୁଇପ ଜାରି କରାଯାଇଛି । ବିଧାୟକମାନେ ଭୁବନେଶ୍ବର ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ନଛାଡ଼ିବାକୁ ନିର୍ଦେ୍ଦଶ ଦିଆଯାଇଛି ।

Comments are closed.