Latest Odisha News

ଧର୍ମଶାଳାରେ ଅନ୍ଧାରୀ ବିଜେ ଘଟଣାକୁ ନେଇ ଉତ୍ତେଜନା: ପୋଲିସ ଗାଡ଼ି ଭଙ୍ଗାରୁଜା, ୪ ଗିରଫ

ଯାଜପୁର: ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଟଙ୍କା ବାଣ୍ଟିବା ସନ୍ଦେହରେ ଉତ୍ତେଜନା ଦେଖିବାକୁ ମିଳିଛି। ଗତକାଲି କାଦୁଆମାଗୁରା ଗାଁରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ସନ୍ଦେହରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଅଟକ ରଖି ଉତ୍ତେଜନା କରିଥିଲେ ଗ୍ରାମବାସୀ।

ଏହି ଘଟଣାର ଖବର ପାଇଁ ପୋଲିସ ଉକ୍ତ ଗାଁରେ ପହଞ୍ଚିଥିଲା। ଅନ୍ୟପଟେ ପୋଲିସ ଉପସ୍ଥିତିରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀ ଚମ୍ପଟ ମାରିବାରୁ ଉତ୍ତେଜନା ଦେଖା ଦେଇଥିଲା। ସେହି ସମୟରେ ଗାଁ ଲୋକେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପରେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଉଠାଇନେଇଥିଲା। ତେବେ ଗିରଫଦାରୀ ଭୟରେ କାଦୁଆମାଗୁରା ଗାଁ ପୁରୁଷଶୂନ୍ୟ ହୋଇଛି।

Comments are closed.