Latest Odisha News

BREAKING NEWS

“ଗଂଜାମ ଓ ଖୋର୍ଦ୍ଧାରେ କୋଭିଡ୍ ସ୍ଥିତି ଅଣାୟତ୍ତ”

ଭୁବନେଶ୍ୱର: ଗଂଜାମ ଓ ଖୋର୍ଦ୍ଧାରେ କରୋନା ସ୍ଥିତି ଅଣାୟତ ହୋଇପଡିଛି ଏବଂ ଏଥିପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଧାୟକ ସୁର ରାଉତରାୟ କହିଛନ୍ତି, ଦୁଇ ଜିଲ୍ଲାରେ କୋଭିଡ୍ ପରିଚାଳନା ଠିକ୍ ଭାବେ ହୋଇପାରୁନି । ପ୍ରବାସୀ ମାନଙ୍କୁ ଆଣି ସଂକ୍ରମଣ ବଢାଇଲେ ଏବେ ପରିଚାଳନାରେ ସରକାର ବିଫଳ ହୋଇଛନ୍ତି । ସରକାର ତୁରନ୍ତ ରୋଗୀଙ୍କୁ ଚିହ୍ନଟ କରନ୍ତୁ ବୋଲି କଂଗ୍ରେସ କହିଛି ।

ସେପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର କୋଭିଡ୍ ପରିଚାଳନା ମଡେଲ୍ ବଦଳାଇବା ଆବଶ୍ୟକ । ଗଂଜାମ ଓ ଖୋର୍ଦ୍ଧାରେ କୋଭିଡ୍ ପରିଚାଳନା ଠିକରେ ନକଲେ ପରିସ୍ଥିତି ଭୟାବହ ହେବ ।

ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି ଯେ, କରୋନା ପରିଚାଳନା ସାରା ଭାରତ ମଧ୍ୟରେ ଓଡିଶାରେ ଭଲ ଭାବେ ପରିଚାଳନା ହୋଇଛି । ଯେଉଁ ମଡେଲ୍ କଥା ବିଜେପି କହୁଛି, ତାହା କେନ୍ଦ୍ରକୁ ଶିଖାଉ ଏବଂ ଅନ୍ୟ ବିଜେପି ରାଜ୍ୟକୁ ଶିଖାଉ, ତାହା ସଫଳ ହେଲେ ଓଡିଶା ମଧ୍ୟ ଆପଣାଇବ ।

Leave A Reply

Your email address will not be published.