Latest Odisha News

BREAKING NEWS

ଗଗନଯାନରେ ମହାକାଶ ଯିବେ ଓଡି଼ଆ ପୁଅ ନିଖିଲ ରଥ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ପ୍ରଥମ ମାନବ ମିଶନରେ ସାମିଲ ହେବେ ଓଡିଆ ପୁଅ । ଓଡିଶାର ବଲାଙ୍ଗୀରରେ ଜନ୍ମଲାଭ କରିଥିବା ନିଖିଲ ରଥ ଇସ୍ରୋର ପ୍ରଥମ ମାନବ ଯୁକ୍ତ ମହାକାଶ ମିଶନ ଗଗନଯାନ ପାଇଁ ମନୋନୀତ ହୋଇଛନ୍ତି । ୨୦୨୨ରେ ହେବାକୁ ଥିବା ଇସ୍ରୋର ଏହି ବହୁ ପ୍ରତୀକ୍ଷିତ ମିଶନ ପାଇଁ ମନୋନୀତ ହୋଇଥିବା ୪ ଜଣଙ୍କ ଭିତରେ ରହିଛନ୍ତି ୱିଙ୍ଗ କମାଣ୍ଡର ନିଖିଲ ରଥ ।

ବଲାଙ୍ଗୀରରେ ଜନ୍ମିତ ନିଖିଲ ଏମସିସି ପାଇଲଟ୍ ଭାବେ ଋଷିଆରେ ପ୍ରଥମ ପର୍ଯ୍ୟାୟ ତାଲିମ ଶେଷ କରିଛନ୍ତି । ଏବେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ନେଉଛନ୍ତି । ଖୁବଶୀଘ୍ର ତାଲିମ ଶେଷ ହେବ ଏବଂ ୨୦୨୨ ଗଗନଯାନରେ ମହାକାଶ ଯିବେ ଓଡିଆ ପୁଅ ନିଖିଲ ରଥ ।

Leave A Reply

Your email address will not be published.