Latest Odisha News

BREAKING NEWS

ଓବିସି ସର୍ଭେ ଓ ସଂରକ୍ଷଣକୁ ନେଇ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ଓବିସି ସର୍ଭେ ଓ ସଂରକ୍ଷଣ ପ୍ରସଙ୍ଗରେ ବିଜେପି-ବିଜେଡି ମଧ୍ୟରେ ତେଜିଛି ବାକଯୁଦ୍ଧ । ଆଜି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ଓବିସିଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ୧୦% ସଂରକ୍ଷଣ ଲାଗୁ ହୋଇଛି । ରାଜ୍ୟ ସରକାର ଏହା ଲାଗୁ କରିବା ପାଇଁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି, ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ଓ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଛି । କିନ୍ତୁ ଓଡ଼ିଶା ସରକାର ଏହାକୁ ଲାଗୁ କରି ନାହାନ୍ତି । ଏହାସହ ରାଜ୍ୟ ଓବିସି କମିଶନଙ୍କ ସାନି ସର୍ଭେକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ପ୍ରଶ୍ନ କରିଛନ୍ତି, ଓବିସି କମିଶନ ଗଠନ କରିଛି କିଏ ? ଓବିସି କମିଶନକୁ ନେଇ ରାଜନୀତିକରଣ ନ ହେଉ । ସୁପ୍ରିମକୋର୍ଟରେ ସଂରକ୍ଷଣ ପାଇଁ ଲଢେଇ କରନ୍ତୁ ବୋଲି ପ୍ରତାପ ଜେନା କହିଛନ୍ତି ।

Leave A Reply

Your email address will not be published.