Latest Odisha News

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ: ଆରମ୍ଭ ହେଲା ଉପନିର୍ବାଚନ ଅଙ୍କକଷା

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡିଶାରେ ଖାଲି ପଡିଥିବା ଦୁଇ ଦୁଇଟି ଆସନରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ କେଉଁ ଦଳର କିଏ ପ୍ରାର୍ଥୀ ହେବ ସେନେଇ ଆଶା ଆଶଙ୍କା ଭିତରେ ବାଲେଶ୍ୱର ସଦର ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ ସାମ୍ନାକୁ ଆଣିଛନ୍ତି ବିଧାୟକ ତାରାପ୍ରସାଦ ବାହୀନିପତି ।

ତାରା ବାହୀନିପତି କହିଛନ୍ତି, ବାଲେଶ୍ୱର ସଦର ପାଇଁ ନବଜ୍ୟୋତି ଫିଟେଷ୍ଟ କ୍ୟାଣ୍ଡିଡେଟ୍ । ଅଗଷ୍ଟ ପ୍ରଥମ ସପ୍ତାହରେ ଦଳୀୟ ବୈଠକ ବସିବ ଏବଂ ଏଥିରେ ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱ ନେଇ ଆଲୋଚନା ହେବ । ଆମେ ଆଶାରଖିଛୁ ସମସ୍ତେ ସହମତି ଦେବ । ସେପଟେ ବିଜେପି କହିଛି, ବାଲେଶ୍ୱର ସଦର ସିଟ୍ ଆମର ଥିଲା । ବିଜେପି ପକ୍ଷରୁ ସେଠାରେ ଯଥାରୀତି କାର୍ଯ୍ୟକ୍ରମ ଚାଲିଛି । ବୁଥ୍ ଲେବୁଲରେ ଗ୍ରାଉଣ୍ଡ ୱାର୍କ କାମ ଆରମ୍ଭ ହୋଇସାରିଥିବା ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ।

ସେପଟେ ବରିଷ୍ଠ ନେତା ତଥା ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିବା ତିର୍ତ୍ତୋଲ ଆସନ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଜେପି କହିଛି, ତିର୍ତ୍ତୋଲରେ ଦଳ ଖୁବ କମ ଭୋଟରେ ହାରିଛି । ତେଣୁ ଏହି ଆସନକୁ ମଧ୍ୟ ବିଜେପି ଗମ୍ଭୀରତାର ସହ ନେଇଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ବିଧିବଦ୍ଧ ପ୍ରକ୍ରିୟା ଜୋରଦାର କରାଯିବ ।

Leave A Reply

Your email address will not be published.