Latest Odisha News

BREAKING NEWS

ସରିଲା ପହଣ୍ଡି, ରଥାରୂଢ ହେଲେ ତିନି ଠାକୁର

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭଉଣୀ ସୁଭଦ୍ରା ଓ ବଡଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମେୁଖେ ଯିବା ଲାଗି ବାହାରିଛନ୍ତି । ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ ଶେଷ କରି ରଥାରୂଢ ହୋଇଛନ୍ତି।

ଅତ୍ୟନ୍ତ ମନୋରମ ପରିବେଶରେ ତିନି ଠାକୁର ରଥାରୂଢ ହୋଇଛନ୍ତି । ‘ଦର୍ପଦଳନ’ ରଥରେ ରଥାରୂଢ ହୋଇଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ଅଲିଅଳ ଭଉଣୀ ପଛେପଛେ ରଥାରୂଢ ହୋଇଛନ୍ତି ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ର ।

ଶହଶହ ଘଣ୍ଟଘଣ୍ଟା ନାଦ, ଶଙ୍ଖଧ୍ୱନୀ ତଥା ବ୍ରାହ୍ମଣ ମାନଙ୍କ ମନ୍ତ୍ରୋଚାରଣରେ ଅରୁଣସ୍ତମ୍ଭ ନିକଟରେ ଏକ ଅପୂର୍ବ ଆଧ୍ୟାତ୍ମିକ ଭାବନା ଉଦ୍ରେକ ହେଉଥିଲା ।

ଏହି ଅବସରରେ ରଥଚକଟାରେ ଏବଂ ସାରା ବଡ଼ଦାଣ୍ଡରେ ଉପସ୍ଥିତ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଏକସ୍ୱରରେ ‘ଜୟ ଜଗନ୍ନାଥ’ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପବିତ୍ର ପୁରୀ ବଡ଼ଦାଣ୍ଡ ସରଧାବାଲି ।

Leave A Reply

Your email address will not be published.