Latest Odisha News

ଓଡ଼ିଶାରେ ଲୋକସଭା ଭୋଟ୍ କେଉଁଠି ଓ କେଉଁଦିନ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ୫୪୩  ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ଓଡ଼ିଶାରେ ୨୧ଟି ଲୋକସଭା  ଆସନ ପାଇଁ  କେଉଁଠି ଓ କେଉଁଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଆସନ୍ତୁ ଜାଣିବା ।

ମେ’ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, ଓ କୋରାପୁଟରେ ଭୋଟ ହେବ ।

ମେ’ ୨୦ରେ  ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର କନ୍ଧମାଳ ଓ ଆସିକା ପାଇଁ ଭୋଟ ହେବ ।

ମେ’ ୨୫ରେ ସମ୍ୱଲପୁର, କେନ୍ଦୁଝର, ଢେଙ୍କାନାଳ,କଟକ, ପୁରୀ ଓ ଭବନେଶ୍ୱରରେ ଭୋଟ ହେବ ।

ଜୁନ୍ ୧ ତାରିଖରେ  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଭୋଟ ହେବ ।

ଦେଶରେ ୫୪୩ ଲୋକସଭା ଆସନ ପାଇଁ  ମୋଟ ୭ଟି ପର୍ଯ୍ୟାୟରେ  ଭୋଟ୍ ଅନୁଷ୍ଠିତ ହେବ । ଏପ୍ରିଲ ୧୯ ତାରିଖରେ  ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ  ହେବ । ଏପ୍ରିଲ ୨୬ ତାରିଖରେ  ଦ୍ୱିତୀୟ ପର୍ଯ୍ୟାୟ, ମେ’୭ରେ ତୃତୀୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ପଞ୍ଚମ ପର୍ଯ୍ୟାୟ,  ମେ’୨୫ରେ ଷଷ୍ଠ ପର୍ଯ୍ୟାୟ, ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।

Leave A Reply

Your email address will not be published.