Latest Odisha News

BREAKING NEWS

ବଢ଼ିଲା ସମିତି ସଭ୍ୟଙ୍କ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ  ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା  ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ ।

ଗତକାଲି ଦରମା ବୃଦ୍ଧି ଦାବିରେ ପଞ୍ଚାୟତ ସମିତି ସଭ୍ୟ  ରାଜଧାନୀ ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ କରିଥିଲେ । ସରପଞ୍ଚଙ୍କୁ ୧୦ ହଜାର ଆମକୁ କାହିଁକି  ୭୫୦୦ ବୋଲି  ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଥିଲେ । ୩୦ଟି ଜିଲ୍ଲାର ୬ ହଜାର୭ଶହ ୯୮ ଜଣ ସମିତି ସଭ୍ୟ ବିଶାଳ ରାଲି କରିଥିଲେ ।

Leave A Reply

Your email address will not be published.