Latest Odisha News

BREAKING NEWS

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ମହଙ୍ଗା ପଡିଲା, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଗସ୍ତ ସମୟରେ ତାଙ୍କ ହେଲିକପ୍ଟର ଯାଞ୍ଚ କରି ଅଡୁଆରେ ଫସିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ । ପରେ ଏହି ଘଟଣାରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ତାଙ୍କୁ ନିଲମ୍ବିତ ମଧ୍ୟ କରିଛନ୍ତି ।

ସୂଚନାନୁଯାୟୀ ‘ଏସପିଜି ସୁରକ୍ଷା’ କାରଣରୁ ପ୍ରଧାନମନ୍ତ୍ରୀଙ୍କ ବିମାନ ଯାଞ୍ଚ ଉପରେ କଟକଣା ରହିଛି । ତେବେ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ଅଧିକାରୀ ମହମ୍ମଦ ମହସିନ୍ ସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଯାଞ୍ଚ କରିଥିଲେ ।

ଏପ୍ରିଲ୍ ୧୬ ତାରିଖରେ ଆୟୋଗ ‘ଏସପିଜି ସୁରକ୍ଷା’ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିବା ବେଳେ ତାଙ୍କ ନିର୍ଦ୍ଦେଶାବଳୀର ବିପରିତ କାର୍ଯ୍ୟ କରାଯାଇଥିବା କାରଣରୁ ପର୍ଯ୍ୟବେକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ନେଇ ନିର୍ବାଚନ ଆୟୋଗ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.