ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ମୋଟ୍ ୫୫ ରାଜ୍ୟସଭା ସିଟ୍ ଲାଗି ମତଦାନ ଅନୁଷ୍ଠିତ ହେବ ।
ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ।
ଓଡିଶାରୁ ଅନୁଭବ ମହାନ୍ତି, ରଞ୍ଜିବ ବିଶ୍ୱାଳ, ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମଙ୍କ ଦ୍ୱାରା ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ସିଟ୍ ଲାଗି ନିର୍ବାଚନ ହେବ । ଯାହାର କାର୍ଯ୍ୟକାଳ ଏପ୍ରିଲ୍ ୨ ତାରିଖରେ ସମାପ୍ତ ହେବାକୁ ଯାଉଛି ।
ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ଜାରି କରାଯିବ । ନାମାଙ୍କନ ଦାଖଲର ଅନ୍ତିମ ଦିନ ମାର୍ଚ୍ଚ ୧୩ ହୋଇଥିବା ବେଳେ ୨୬ ତାରିଖର ନିର୍ବାଚନ ହେବ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟି ଗ୍ରହଣ ହେବ ଏବଂ ସେହିଦିନ ୫ଟା ବେଳେ ଭୋଟ୍ ଗଣତି କରାଯିବ ।
Comments are closed.