ଭୁବନେଶ୍ବର: ଡାଳିମ୍ବ ଯେତେ ସୁଆଦିଆ ଶରୀର ପାଇଁ ମଧ୍ୟ ସେତେ ଉପକାରୀ । ନିୟମିତ ଭାବେ ଡାଳିମ୍ବ ଖାଇଲେ ଶରୀର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଡାଳିମ୍ବ ଭଳି ତାହାର ଚୋପାରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି। ଏହାର ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ପାଚନ ପ୍ରକ୍ରିୟାରେ ସୁଧାର ଆଣିଥାଏ । କର୍କଟ ଭଳି ଶରୀରର ବିଭିନ୍ନ ରୋଗ ସମସ୍ୟା ଦୂର କରିବାରେ ସହାଯ୍ୟ କରିଥାଏ ଏହି ଡାଳିମ୍ବ । ତେବେ ଆସନ୍ତୁ ଜାଣିବା ଡାଳିମ୍ବ ଚୋପା କ’ଣ କିପରି ଆମର କାମରେ ଆସିବ ଓ ଏହାର ଉପକାରିତା ସମ୍ବନ୍ଧରେ ..
ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ପୋଷକତତ୍ତ୍ବ ରହିଛି । ତେବେ ଶରୀରକୂ ସୁସ୍ଥ ରଖିବା ପାଇଁ ଡାଳିମ୍ବ ଚୋପାରେ ପ୍ରସ୍ତୁତ ଚା’କୁ ପ୍ରତିଦିନ ସେବନ କରନ୍ତୁ ।
ତେବେ ଏହା ଚା’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଡାଳିମ୍ବ ଚୋପାକୁ ସଫା କରି ତାହାକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ । ଏହି ଗୁଣ୍ଡକୁ ସବୁଦିନେ ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ ।
ପାଚନ ସମ୍ବନ୍ଧୀୟ ସମସ୍ୟା ରହୁଥିଲେ ଖାଦ୍ୟ ଗ୍ରହଣର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣି ସହ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡ ସେବନ କରିବେ । ଏହା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ । ଏଥିସହ ଡାଇରିଆ ବା ପେଟ ଖରାପ ସମୟରେ ଏହାର ସେବନ ବହୁ ଲାଭଦାୟକ ହୋଇଥାଏ ।
ସେହିପରି ସକାଳେ ଓ ସନ୍ଧ୍ୟା ସମୟରେ ଉଷୁମ ପାଣି ସହ ଡାଳିମ୍ବ ଚୋପା ଗୁଣ୍ଡ ସେବନ କଲେ ଶରୀରରେ ଇମ୍ୟୁନିଟି ବଢିଥାଏ ।
ଡାଳିମ୍ବ ଚୋପାରେ ପ୍ରସ୍ତୁତ ଚା’କୁ ପିଇଲେ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳେ । ସେହିପରି ଯଦି ଆପଣଙ୍କର ଗଳା ସମସ୍ୟା ରହିଛି ତେବେ ଏହାର ସେବନ କରନ୍ତୁ ।
ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ରହିଛି । ଯାହା ହୃଦଜନିତ ରୋଗରୁ ଆମକୁ ରକ୍ଷା କରେ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
ଏଥିସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖେ ।
ବିଶେଷ କରି ପ୍ରତିଦିନ ଡାଳିମ୍ବ ଚୋପାରେ ପ୍ରସ୍ତୁତ ଚା’କୁ ପିଇଲେ ତ୍ବଚାରେ ଉଜ୍ବଳତା ରହିବା ସହ ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଆଦି ହୋଇନଥାଏ । ଏଥିସହ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳେ ଓ ହାଡ଼ ଶକ୍ତ ହୋଇଥାଏ ।
Comments are closed.