Latest Odisha News

ଆଇସିସି ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ପୁନମ

ମେଲବୋର୍ଣ୍ଣ:ଆଇସିସି ସୋମବାର ମହିଳାଟି୨୦ ବିଶ୍ୱକପର ପ୍ରଦର୍ଶନ ବିଚାରକୁ ନେଇ ଶ୍ରେଷ୍ଠ ଏକାଦଶ ବାଛିଛି । ଏଥିରେ ଭାରତର ପୁନମ ଯାଦବ ୧୧ତମ ଓ ଶେଫାଳୀ ବର୍ମା ଦ୍ୱାଦଶତମ ଖେଳାଳୀ ଭାବେ ଟିମ୍‌ରେ ରହିଛନ୍ତି । ଅଷ୍ଟ୍ରେଲିଆର ୫ ଓ ଇଂଲଣ୍ଡର ୪ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଇଆନ ବିଶପ, ଅଞ୍ଜୁମ ଚୋପ୍ରା, ଲିସା ଷ୍ଟାଲେକର, ରାଫ ନିକୋଲଶନ ଓ ହୋଲି କୋଇଲିନ୍ ଏହି ଟିମ୍ ଚୟନ କରିଥିଲେ ।

ଆଇସିସି ମହିଳାଟି୨୦ ଏକାଦଶ : ଏଲିସା ହୀଲେ(ଅଷ୍ଟ୍ରେଲିଆ), ବେଥ ମୁନୀ(ଅଷ୍ଟ୍ରେଲିଆ), ନେଟ ସ୍କିଭେର(ଇଂଲଣ୍ଡ), ହୀଥର ନାଇଟ (ଇଂଲଣ୍ଡ), ମ୍ୟାଗ ଲେନିଂ (ଅଷ୍ଟ୍ରେଲିଆ), ଲୌରା ଭୋଲଭାଟ (ଦକ୍ଷିଣ ଆଫ୍ରିକା), ଜେସ ଜନଶେନ (ଅଷ୍ଟ୍ରେଲିଆ), ସୋଫି ଏସେଲେସଟନ (ଇଂଲଣ୍ଡ), ଆନ୍ୟା ଶ୍ରୁବସେଲ (ଇଂଲଣ୍ଡ), ମେଘାନା ଶୁଟ (ଅଷ୍ଟ୍ରେଲିଆ), ପୁନମ ଯାଦବ (ଭାରତ) । ଦ୍ୱାଦଶତମ ଖେଳାଳି-ଶେଫାଳୀ ବର୍ମା (ଭାରତ) ।

Comments are closed.