Latest Odisha News

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ପୁନମ; ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ମାମାଲା ରୁଜୁ କରିବା ପରେ ପୁନମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି। ଏହି ପ୍ରସଙ୍ଗରେ ଅଧିକ ଯାଞ୍ଚ କରାଯାଉଛି।

ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସ କହିଛି ଯେ ‘ସାମ୍‌ଙ୍କ ମାମଲା (ଆଇପିସି) ଅଧୀନରେ ପଞ୍ଜୀକୃତ ହୋଇଛି। ଅଭିନେତ୍ରୀଙ୍କ ମୁଣ୍ଡ, ଆଖି ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ପୋଲିସ ଏହାର ଅନୁସନ୍ଧାନ କରୁଛି।

ପୁଣମ୍ ଏବଂ ସାମ୍ ସେପ୍ଟେମ୍ବର ୨୦୨୦ ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ପୁନମ୍‌ଙ୍କୁ ସାମ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ। ରିପୋର୍ଟ ଅନୁଯାୟୀ, ପୁନମ୍ ସେହି ସମୟରେ ଗୋଆରେ ସୁଟିଂ କରୁଥିଲେ। ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ କରିଥିଲା ​​କିନ୍ତୁ ପରଦିନ ସେ ଜାମିନ ପାଇଥିଲେ।

Comments are closed.