Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୭ ବର୍ଷ ହେଲା ଶିକୁଳିରେ ବନ୍ଧା ଜୀବନ

ସୁବର୍ଣ୍ଣପୁର  : ଘରର ଏକ ମାତ୍ର ରୋଜଗାରିଆ ପୁଅ । ବୟସ ଅଧା ବି ହୋଇନି । ହେଲେ ଶିକୁଳିରେ ବନ୍ଧା ହୋଇପଡ଼ିରହିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୭ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇରହିଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ଖାରି ପଂଚାୟତ ଉପରଫବସୀ ଗାଁର କିଶୋର ବିିନ୍ଧାଣୀ। ଅଭାବ ଅନଟନରେ ପରିବାର ଚଳୁଥିବା ବେଳେ ବୃଦ୍ଧ ମାଆ ପାଲଟିଛି ରୋଜଗାରର ମାଧ୍ୟମ।

ପରିଣତ ବୟସରେ ଯାହାକିଛି ରୋଜଗାର କରୁଛନ୍ତି ସେଥିରେ ପାଂଚ ପ୍ରାଣୀ କୁଟୁମ୍ବ ଚଳିଥାନ୍ତି। ଘରେ ପେଟକୁ ଦାନା ମୁଠାଏ ନଥିବା ବେଳେ ଚିକିତ୍ସା ଯେମିତି ସାତସପନ ପାଲଟିଛି ତାଙ୍କ ପାଇଁ। ଏନେଇ କିଛି ସରକାରୀ ସହଯୋଗ ଆଶାରେ ଚାହିଁବସିଛନ୍ତି ପରିବାର ଲୋକେ।

କିଛି ବର୍ଷ ତଳେ ଚିକିତ୍ସା।ପଇଁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା ତାଙ୍କୁ। ହେଲେ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯିବା ପରେ ବି ନିରାଶ ହୋଇପଡ଼ିଛନ୍ତି ପରିବାର। ସେପଟେ ପ୍ରଶାସନକୁ ଜଣାଯିବା ପରେ ଯାହା କିଛି ସହାଯ୍ୟ ସହଯୋଗ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି।

ଅଭାବ ଅନଟନ ଭିତରେ ଜୀବନ ଜୀଉଁଥିବା ଏହି ପରିବାର ପାଇଁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ପରିବାର ଉପକୃତ ହେବା ସହିତ କିଶୋରଙ୍କ ଚିକିତ୍ସା ହୋଇପାରିବ। . . ..

Comments are closed.