Latest Odisha News

BREAKING NEWS

କୋରାପୁଟ: ଖଟିଆରେ ବୁହା ହେଲେ ଗର୍ଭବତୀ

କୋରାପୁଟ : କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତ ଅନ୍ତର୍ଗତ ଭାଗମାରି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ଅତ୍ୟନ୍ତ ବିପଦଜନକ ଭାବେ ପ୍ରାୟ ୫କିମି. ଖଟିଆରେ ବୁହାଇ ନେବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ନିମାଇ ମଣ୍ଡିଗା ନାମକ ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ବର୍ଗ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ଗ୍ରାମ ମଧ୍ୟକୁ ଯିବା ପାଇଁ ରାସ୍ତା ଭଲ ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ।

ତେବେ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ନଥିବା ଯୋଗୁଁ ପରିବାର ଲୋକେ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ପ୍ରାୟ ୫କିମି. ଖଟିଆରେ ବୁହାଇ ଆମ୍ବୁଲାନ୍ସ ନିକଟକୁ ଆଣିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.