କଟକ: ଆଶ୍ବସ୍ତି ପାଇବେ ଗରିବ ଛାତ୍ରଛାତ୍ରୀ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର। ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ଓ ବୋର୍ଡ଼କୁ ଚିଠି ଲେଖାଯାଇଛି।
ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ। ଏହା ଦ୍ବାରା ଉପକୃତ ହେବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ। ଯେଉଁମାନେ ପରୀକ୍ଷାକୁ ଗୁରୁତ୍ବର ସହ ନନେଇ ପରୀକ୍ଷା ଦେଇନଥିଲେ ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଚାକିରି ଆଶା ନେଇ ପରୀକ୍ଷା ଦେଇଥାନ୍ତି। କିନ୍ତୁ କିଛି ଗରିବ ଛାତ୍ରଛାତ୍ରୀ ଅର୍ଥ ଅଭାବ କାରଣରୁ ପରୀକ୍ଷା ପାଇଁ ଆବେଦନ କରିବାକୁ ବି ଅସମର୍ଥ ଥାଆନ୍ତି। ଖାସ୍ ଏଭଳି ଛାତ୍ରୀଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ସେମାନଙ୍କୁ ହିଁ ପରୀକ୍ଷା ଫି ଛାଡ଼ କରାଯିବ। କିନ୍ତୁ ପରୀକ୍ଷା ଦେଉନଥିବା ପରୀକ୍ଷାର୍ଥୀଙ୍କୁ ଆବେଦନ ଫି ପେରସ୍ତ କରାଯିବ ନାହିଁ। ଖାମଖିଆଲି ମନୋଭାବ ନେଇ ଆବେଦନ କରୁଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
Comments are closed.