ପୁରୀ:ମହାନ ବୈଜ୍ଞାନିକମାନଙ୍କ ଅତୁଳନୀୟ ଅବଦାନ ଯୋଗୁ ଆମ ଜୀବନ ଏବଂ ଚଳଣି ସହଜ ହେଉଛି । ତେବେ ଏଥିଯୋଗୁ କେତେକ ମହାନ ବୈଜ୍ଞାନିକଙ୍କ ପ୍ରାଣ ମଧ୍ୟ ଯାଇଛି । ଆସନ୍ତୁ ଜାଣିବା ମହାନ ଆବିଷ୍କାରକଙ୍କ ଜୀବନ କିପରି ତାଙ୍କ ଆବିଷ୍କାର ଯୋଗୁ ଯାଇଛି-
ୱିଲିୟମ ବୁଲକ: ଆମେରିକାର ୱିଲିୟମ ବୁଲକ ରୋଟରୀ ପ୍ରିଟିଂ ପ୍ରେସର ଜନକ କହିଲେ ଭୁଲ ହେବନି । ସେ ପ୍ରିଟିଂ ଇଣ୍ଡଷ୍ଟ୍ରିରେ କ୍ରାନ୍ତି ଆଣିଥିଲେ କହିଲେ ଭୁଲ ହେବନି । ସବୁଠାରୁ ଦୁଃଖର କଥା ନିଜ ତିଆରି ପ୍ରିଟିଂ ପ୍ରେସର ତ୍ରୁଟି ସୁଧାରିବା ବେଳେ ସେଥିରେ ଚାପି ହୋଇ ତାଙ୍କ ପ୍ରାଣ ଯାଇଥିଲା ।
ମେରୀ କ୍ୟୁରୀ:ରେଡିୟମ ଓ ପୋଲାନିୟମ ନାମକ ତତ୍ୱ ଖୋଜି ବାହାର କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ପଡିଥିଲେ ମେରୀ କ୍ୟୁରୀ । ଏହାର ଅନୁସନ୍ଧାନ ବେଳେ ରେଡିଓ ଆକ୍ଟିଭ ସଂସ୍ପର୍ଶରେ ଆସି ସେ ରୋଗଗ୍ରସ୍ତ ହୋଇ ପଡିଥିଲେ । ଯାହାର କାରଣ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା ।
ଫ୍ରାଂଜ ରିଚଲ୍ଟେ: ଅଷ୍ଟ୍ରିଆର ଫ୍ରାଂଜ ରିଚଲ୍ଟେଙ୍କୁ ଆଧୁନିକ ୱିଙ୍ଗସୁଟର ଜନକ ବୋଲି କୁହାଯାଏ । ଏହାର ସଫଳ ପରୀକ୍ଷଣ ପାଇଁ ସେ ପ୍ୟାରିସର ଏଫିଲ ଟାୱାରରୁ ଡେଇଁଥିଲେ । ମାତ୍ର ଏହା ଠିକ୍ ଭାବେ କାମ ନ କରିବାରୁ ସେ ମୃତ୍ୟୁବରଣ କରିଥିଲେ ।
ହେନେରୀ ସ୍ମୋଲିସ୍କି: ୧୯୭୩ରେ ହେନେରୀ ସ୍ମୋଲିସ୍କି ଉଡନ୍ତା କାର ନିର୍ମାଣ କରିଥିଲେ । ଟେଷ୍ଟ କରିବା ପାଇଁ ସେ ନିଜ ଫ୍ଲାଇଙ୍ଗ କାର ବସି ଉଡାଇଥିଲେ ତାହା ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିଲା ଏବଂ ଏଥିରେ ତାଙ୍କ ପ୍ରାଣ ମଧ୍ୟ ଯାଇଥିଲା ।
ହ୍ୟାରିସ ଲସନ ହେନଲୀ: ଆମେରିକାରେ ଜନ୍ମିତ ହ୍ୟାରିଶ ଲସନ ନେଲୀ ହାତରେ ଚଳା ଯାଇପାରୁଥିବା ବୁଡା ଜାହାଜ ତିଆରି କରିଥିଲେ । ଏହାକୁ ଗଭୀର ସମୁଦ୍ରରେ ପରୀକ୍ଷା କରୁଥିବା ବେଳେ ସେ ତାଙ୍କ କ୍ରୁ ମେମ୍ବର୍ସ ସହ ବୁଡି ଯାଇଥିଲେ ।
BREAKING NEWS
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
Comments are closed.