ପୁରୀ:ମହାନ ବୈଜ୍ଞାନିକମାନଙ୍କ ଅତୁଳନୀୟ ଅବଦାନ ଯୋଗୁ ଆମ ଜୀବନ ଏବଂ ଚଳଣି ସହଜ ହେଉଛି । ତେବେ ଏଥିଯୋଗୁ କେତେକ ମହାନ ବୈଜ୍ଞାନିକଙ୍କ ପ୍ରାଣ ମଧ୍ୟ ଯାଇଛି । ଆସନ୍ତୁ ଜାଣିବା ମହାନ ଆବିଷ୍କାରକଙ୍କ ଜୀବନ କିପରି ତାଙ୍କ ଆବିଷ୍କାର ଯୋଗୁ ଯାଇଛି-
ୱିଲିୟମ ବୁଲକ: ଆମେରିକାର ୱିଲିୟମ ବୁଲକ ରୋଟରୀ ପ୍ରିଟିଂ ପ୍ରେସର ଜନକ କହିଲେ ଭୁଲ ହେବନି । ସେ ପ୍ରିଟିଂ ଇଣ୍ଡଷ୍ଟ୍ରିରେ କ୍ରାନ୍ତି ଆଣିଥିଲେ କହିଲେ ଭୁଲ ହେବନି । ସବୁଠାରୁ ଦୁଃଖର କଥା ନିଜ ତିଆରି ପ୍ରିଟିଂ ପ୍ରେସର ତ୍ରୁଟି ସୁଧାରିବା ବେଳେ ସେଥିରେ ଚାପି ହୋଇ ତାଙ୍କ ପ୍ରାଣ ଯାଇଥିଲା ।
ମେରୀ କ୍ୟୁରୀ:ରେଡିୟମ ଓ ପୋଲାନିୟମ ନାମକ ତତ୍ୱ ଖୋଜି ବାହାର କରି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ପଡିଥିଲେ ମେରୀ କ୍ୟୁରୀ । ଏହାର ଅନୁସନ୍ଧାନ ବେଳେ ରେଡିଓ ଆକ୍ଟିଭ ସଂସ୍ପର୍ଶରେ ଆସି ସେ ରୋଗଗ୍ରସ୍ତ ହୋଇ ପଡିଥିଲେ । ଯାହାର କାରଣ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା ।
ଫ୍ରାଂଜ ରିଚଲ୍ଟେ: ଅଷ୍ଟ୍ରିଆର ଫ୍ରାଂଜ ରିଚଲ୍ଟେଙ୍କୁ ଆଧୁନିକ ୱିଙ୍ଗସୁଟର ଜନକ ବୋଲି କୁହାଯାଏ । ଏହାର ସଫଳ ପରୀକ୍ଷଣ ପାଇଁ ସେ ପ୍ୟାରିସର ଏଫିଲ ଟାୱାରରୁ ଡେଇଁଥିଲେ । ମାତ୍ର ଏହା ଠିକ୍ ଭାବେ କାମ ନ କରିବାରୁ ସେ ମୃତ୍ୟୁବରଣ କରିଥିଲେ ।
ହେନେରୀ ସ୍ମୋଲିସ୍କି: ୧୯୭୩ରେ ହେନେରୀ ସ୍ମୋଲିସ୍କି ଉଡନ୍ତା କାର ନିର୍ମାଣ କରିଥିଲେ । ଟେଷ୍ଟ କରିବା ପାଇଁ ସେ ନିଜ ଫ୍ଲାଇଙ୍ଗ କାର ବସି ଉଡାଇଥିଲେ ତାହା ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିଲା ଏବଂ ଏଥିରେ ତାଙ୍କ ପ୍ରାଣ ମଧ୍ୟ ଯାଇଥିଲା ।
ହ୍ୟାରିସ ଲସନ ହେନଲୀ: ଆମେରିକାରେ ଜନ୍ମିତ ହ୍ୟାରିଶ ଲସନ ନେଲୀ ହାତରେ ଚଳା ଯାଇପାରୁଥିବା ବୁଡା ଜାହାଜ ତିଆରି କରିଥିଲେ । ଏହାକୁ ଗଭୀର ସମୁଦ୍ରରେ ପରୀକ୍ଷା କରୁଥିବା ବେଳେ ସେ ତାଙ୍କ କ୍ରୁ ମେମ୍ବର୍ସ ସହ ବୁଡି ଯାଇଥିଲେ ।
BREAKING NEWS
- Aparajita sarangi meets Nitin gadkari: ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ନିଆଗଲା ବଡ଼ ନିଷ୍ପତ୍ତି
- Donald Trump Fears Impeachment: ଟ୍ରମ୍ପଙ୍କୁ ଘାରିଛି ପଦବୀ ଯିବା ଭୟ…ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ହାରିଯିବ କି ରିପବ୍ଲିକାନ୍ ପାର୍ଟି? , ସାଂସଦମାନଙ୍କୁ ଦେଲେ କଡ଼ା ଚେତାବନୀ…
- ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ
- 5th-Gen fighter Jet: ଭାରତର ନୂଆ ଫାଇଟର ଜେଟ…ଭୟ କଲାଣି ଆମେରିକା, ଚୀନ
- BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!
- ଜିଦରେ ଅଟଳ ଡାକ୍ତର ସଂଘ; ଏସମା ଲାଗୁ ପରେ ବି ଆନ୍ଦୋଳନ ଜାରି…
- ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ
- communal violence in nepal: ନେପାଳରେ ଭାରତୀୟ ସୀମା ନିକଟରେ ପୁଣି ହିଂସାକାଣ୍ଡ, ହାଇ ଆଲର୍ଟ ପରେ ସୀମା ସିଲ୍
- ସ୍ପଷ୍ଟ କଲେ କରୀନା, ମୁଁ କାର୍ତିକଙ୍କୁ…….
- Bhitarkanika Closed: ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା
Comments are closed.