ଥିରୁବନନ୍ତମପୁରମ: କେରଳ ପ୍ରସିଦ୍ଧ ୟୁଟୁବର ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ପୂର୍ବଦିନ ୟୁଟୁବରେ ନିଜର ଫଟୋ ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ତା ପରଦିନ ସକାଳୁ ଘର ଭିତରୁ ମିଳିଲା ସ୍ବାମୀସ୍ତ୍ରୀଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଦମ୍ପତିଙ୍କ ପୁଅ ଏର୍ଣ୍ଣାକୁଲମରେ ଏକ ଟ୍ରେନି ନର୍ସିଙ୍ଗ ଭାବରେ କାମ କରୁଥିବା ବେଳେ ସେ ଶୁକ୍ରବାର ରାତିରେ ତାଙ୍କ ବାପାମାଙ୍କ ସହ କଥା ହୋଇଥିଲେ । ସେଦିନ ରାତିରେ ସେ ଘରକୁ ନଆସିପାରିବାରୁ ତା ପରଦିନ ସକାଳେ ଯେତେବେଳେ ଘରେ ଆସି ଦେଖନ୍ତି, ତାଙ୍କ ମା ଖଟରେ ମୃତ ଅବସ୍ଥାରେ ପଡିଥିବା ବେଳେ ବାପା ଝୁଲନ୍ତା ଅବସ୍ଥାରେ ମିଳିଥିଲେ । ତେବେ କିପରି ଏବଂ କାହିଁକି ଦମ୍ପତି ଏପରି କରିଛନ୍ତି ସେନେଇ କିଛି ସୂଚନା ମିଳିନାହିଁ । ଏନେଇ ପୋଲିସ୍ ତନାଘନା ଚଳାଇଛି ।
ତେବେ ‘ସେଲ୍ଲୁ ଫ୍ୟାମିଲି’ ନାଁରେ ୟୁଟୁବ୍ ଖୋଲିଥିବା ୩୭ ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ବାମୀ ସେଲଭରାଜ(୪୫) ଗତ ୨୬ ତାରିଖରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଦମ୍ପତିଙ୍କ ମୃତଦେହ କେରଳା ଚେରୁବରକୋନମ ସ୍ଥିତ ଘରୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ତା ପୂର୍ବ ଦିନ ଅର୍ଥାତ୍ ଗତ ୨୫ ତାରିଖ ଦିନ ସେମାନେ ତାଙ୍କ ୟୁଟୁବରେ ସ୍ବାମୀସ୍ତ୍ରୀ ଉଭୟଙ୍କ ଫଟୋ ସହିତ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସେଥିରେ ଯେଉଁ ଗୀତ ରହିଛି ତାହା ବିଦାୟକାଳୀନ ଅଟେ ।
ତେବେ କହିରଖୁଛୁ, ଦମ୍ପତି ଜଣଙ୍କ ୟୁଟୁବରେ ପାଖାପାଖି ୧୯ ହଜାର ଫଲୋଅର୍ସ ରହିଛନ୍ତି । ନିଜ ନୀତିଦିନିଆ ଜୀବନର ଛୋଟ ଛୋଟର ଖୁସିର ମୁହୂର୍ତ୍ତ ସହିତ ଖାଇବା ରେସିପି ଭିଡିଓ, ସେମାନେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରନ୍ତି । ତେବେ କାହିଁକି ସେମାନେ ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.