Latest Odisha News

BREAKING NEWS

ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ

ପୁରୀ: ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ସ୍ଵାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋନାଲିଙ୍କ ଅଭିଯୋଗକ୍ରମେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପୋଲିସ ଭୁବନେଶ୍ବର ସ୍ଥିତ ଫରେଷ୍ଟ ପାର୍କରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି । ଗିରଫ ପଛରେ ଯାତ୍ରା ମାଲିକଙ୍କ ଷଡ଼ଯନ୍ତ୍ର ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ନୂଆପଡ଼ା ପଞ୍ଚାୟତ ଖଟିସାହି ଗ୍ରାମର ଶ୍ରୀକ୍ଷେତ୍ର ସାମନ୍ତସିଂହାର(ଜନ) ୨୦୧୪ ମସିହାରେ କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର କାଗଜି ପଲେଇ ଓରଫ ସୋନାଲି ପଣ୍ଡାଙ୍କୁ ଭଲପାଇ ବିବାହ କରିଥିଲେ ବୋଲି ଖବର ରହିଥିଲା ।

ହେଲେ ସୋନାଲି ୨ ମାସ ପୂର୍ବରୁ ଥାନାରେ ତାଙ୍କ ସ୍ୱାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ସେ ଯେତେବେଳେ ନାବାଳିକା ଥିଲେ ଶ୍ରୀକ୍ଷେତ୍ର ତାଙ୍କୁ ଜୋର ଜବରଦସ୍ତ ବିବାହ କରିଥିଲେ । ବିବାହ ପାଇଁ ସୋନାଲିଙ୍କ ଆଦୌ ଇଚ୍ଛା ନଥିଲା ବୋଲି ସେ ଅଭିଯୋଗ ଆଣିଥିଲେ । ସେଇ ଆଧାରରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.