Latest Odisha News

BREAKING NEWS

ଜନସଂଖ୍ୟା ବୃଦ୍ଧିକୁ ଜାତି, ଧର୍ମ ସହ ଯୋଡ଼ିବା ଅନୁଚିତ: ନକଭୀ

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିକୁ ନେଇ କେନ୍ଦ୍ରର ଶାସକ ଦଳ ବିଜେପି ନେତାଙ୍କ ମଧ୍ୟରେ ବିତର୍କ ତେଜିଛି । ବିଶ୍ୱ ଜନସଂଖ୍ୟା ଦିବସରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ବିବୃତ୍ତି ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ମୁଖତାର ଅବାସ ନକଭ କହିଛନ୍ତି ଯେ ଜନସଂଖ୍ୟା ବିସ୍ଫୋରଣକୁ ଧର୍ମ ସହ ଯୋଡିବା ଯଥାର୍ଥ ନୁହେଁ। ଏହା ସମଗ୍ର ଦେଶର ସମସ୍ୟା।

BjdElectrycity

ମୁଥତାର ଆବାସ ନକଭୀ ଟ୍ୱିଟ୍ କରି କହିଛନ୍ତି ଯେ ବିଶାଳ ଜନସଂଖ୍ୟା ବିସ୍ଫୋରଣ ପଛରେ ଧର୍ମ ନୁହେଁ, ଏହା ଦେଶର ସମସ୍ୟା। ଏହାକୁ ଜାତି ଏବଂ ଧର୍ମ ସହିତ ଯୋଡ଼ିବା ଠିକ ନୁହେଁ। ନକଭୀଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ ସେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି। ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି। ତେବେ ବିଜେପି ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଥିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗକୁ ବଢ଼ିବା ଆବଶ୍ୟକ। କିନ୍ତୁ ଏଥିସହିତ ‘ଜନସଂଖ୍ୟା ଅସନ୍ତୁଳନ’ ହେବାକୁ ଦିଆଯିବା ଉଚିତ ନୁହେଁ। ‘ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ’ର ଶୁଭାରମ୍ଭ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଥିଲେ ଯେ, ଯେତେବେଳେ ଆମେ ପରିବାର ନିୟୋଜନ/ଜନସଂଖ୍ୟା ସ୍ଥିରୀକରଣ କଥା କହୁଛୁ, ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟା ନିୟନ୍ତ୍ରଣ କାର୍ୟ୍ୟକ୍ରମ ନିଶ୍ଚିତ ଭାବେ ସଫଳତାର ସହ ଆଗକୁ ବଢ଼ିବା ଦରକାର। କିନ୍ତୁ ସେହି ସମୟରେ ଜନସଂଖ୍ୟା ଅସନ୍ତୁଳନ ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବା ଉଚିତ ନୁହେଁ।

ଗତ ପାଞ୍ଚ ଦଶନ୍ଧି ଧରି ଜନସଂଖ୍ୟା ସ୍ଥିରୀକରଣ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି। ଗୋଟିଏ ମାପକାଠିରେ ଜନସଂଖ୍ୟା ସମାଜର ଏକ ଉପଲବ୍ଧି, କିନ୍ତୁ ଏହା ସେତେବେଳେ ଉପଲବ୍ଧି ହୋଇ ରହିବ, ଯେତେବେଳେ ସମାଜ ସୁସ୍ଥ ଓ ରୋଗମୁକ୍ତ ରହିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ହିନ୍ଦୀରେ ଟୁଇଟ୍ କରି କହିଛି, “ଆମ ପାଖରେ ଦକ୍ଷ ମାନବସମ୍ବଳ ଥିଲେ ଏହା ସମାଜ ପାଇଁ ଏକ ଉପଲବ୍ଧି, କିନ୍ତୁ ଯେଉଁଠାରେ ରୋଗ, ସମ୍ବଳର ଅଭାବ ଓ ବିଶୃଙ୍ଖଳା ଥାଏ, ସେଠାରେ ଜନସଂଖ୍ୟା ବିସ୍ଫୋରଣ ଆପେ ଆପେ ଏକ ଆହ୍ୱାନ ପାଲଟିଯାଏ।

Leave A Reply

Your email address will not be published.