Latest Odisha News

BREAKING NEWS

ବିଜେପି ମୁଖପାତ୍ରଙ୍କୁ ଯୌନ ନିର୍ଯାତନା; ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖପାତ୍ରଙ୍କୁ ଯୌନ ନିର୍ଯାତନା । ନୂଆଦିଲ୍ଲୀ ସାଇବର ଥାନାରେ ବିଜେପି ପକ୍ଷରୁ ଏମିତି ଅଭିଯୋଗ କରାଯାଇଛି । ଏହା ସହିତ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ବିଜେପି ଶାଖାର ଜଣେ ମହିଳା ମୁଖପାତ୍ରଙ୍କୁ ବିଗତ ଦୁଇ ତିନି ମାସ ହେବ ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କୁ ଅସଦାଚରଣ କରାଯାଉଥିଲା ।

କିଛି ଲୋକ ଏକ ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବିଜେପି ମୁଖପାତ୍ରଙ୍କ ନାଁ ସେହି ଭିଡିଓ ଲିଙ୍କରେ ଦିଆଯାଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ମୁଖପାତ୍ରଙ୍କୁ ଅପମାନ କରିବା ପାଇଁ ଏଭଳି କରାଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଏନେଇ ସାଇବର ଥାନାରେ ଦିଲ୍ଲୀ ବିଜେପି ଏତଲା ଦାଏର କରିଥିଲା । ଆଇପିସି- ୩୫୪କ (ଯୌନ ନିର୍ଯାତନା), ୫୦୯(ମହିଳାଙ୍କ ସମ୍ମାନ ପ୍ରତି ଅପମାନ), ୬୭ (ଇଲେକ୍ଟ୍ରୋନିକ ମାଧ୍ୟମରେ ଅଶ୍ଲୀଳ ଭିଡିଓ ପ୍ରେରଣ) ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଏତଲାରେ ଅଭିଯୋଗ ଉଲ୍ଲେଖ ହୋଇଛି ଯେ, ମହିଳା ମୁଖପାତ୍ରଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରାଯାଇଛି, ଅଶ୍ଲୀଳ ଚିତ୍ରିତ କରିବା ପାଇଁ ବିଭିନ୍ନ ପ୍ରକାର କମେଣ୍ଟ ଓ ପୋଷ୍ଟ କରାଯାଇଛି । ମୁଖପାତ୍ରଙ୍କ ଆଦୌ ସଂପର୍କ ନଥିବା ଏକ ଭିଡିଓ ଭାଇରାଲ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ।

ଏହି ବିଗତ ଦୁଇ ତିନି ମାସ ହେବ ଲଗାତାର ଚାଲିଛି । ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପୋଲିସକୁ ଅନୁରୋଧ କରିଛି ।

Leave A Reply

Your email address will not be published.