Latest Odisha News

BREAKING NEWS

ହାଇକୋର୍ଟରେ ଶୁଣାଣି ବେଳେ ଅଶ୍ଲୀଳ ଭିଡିଓ

ନୂଆଦିଲ୍ଲୀ: ହାଇକୋର୍ଟରେ ଶୁଣାଣି ବେଳେ ଚାଲିଲା ଅଶ୍ଲୀଳ ଭିଡିଓ। ଯାହା ଫଳରେ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏକ ଭର୍ଚୁଆଲ୍ ଶୁଣାଣି ହଠାତ୍ ବନ୍ଦ କରାଯାଇଥିଲା।

ଏହି ଘଟଣା ପରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠର ଭିଡିଓ କନଫରେନ୍ସିଂ ଅଧିବେଶନକୁ ତୁରନ୍ତ ସ୍ଥଗିତ ରଖାଯାଇଥିଲା। ଲଗଇନ୍ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏକ ସ୍ୱୟଂଚାଳିତ ସ୍ୱର ମଧ୍ୟ ଶୁଣାଯାଉଥିଲା, ଯାହା ବାରମ୍ବାର କହୁଥିଲା, “ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି।”

ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ଦ୍ୱାରା ଆୟୋଜିତ ଭିଡିଓ କନଫରେନ୍ସିଂ ସମୟରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁସାରେ, ଅପରାହ୍ନ ପ୍ରାୟ ୧୨ଟା ୫୬ମି.ରେ ହଠାତ୍ ସ୍କ୍ରିନରେ ଆପତ୍ତିଜନକ ଦୃଶ୍ୟ ଦେଖାଯିବାରୁ ବାଧା ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.