ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଓପନର ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଧ୍ୟ ସେ ଖେଳି ନ ଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେ କ୍ରମାଗତ ୪ଟି ମ୍ୟାଚରେ ଖେଳି ନାହାନ୍ତି । ଏପ୍ରିଲ ୧୨ରେ ରୋହିତ ମାଂସପେଶୀଜନିତ ଆଘାତ ସମସ୍ୟାରେ ପଡିଥିଲେ । ଏବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଫିଟନେସକୁ ନେଇ ବଡ ଅପଡେଟ ଦେଇଛନ୍ତି । ରୋହିତ ଚଳିତ ସିଜନରେ ୪ଟି ମ୍ୟାଚ ଖେଳି ୧୩୭ ରନ କରିଥିଲେ ।
ରୋହିତଙ୍କୁ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ଆଉ କିଛି ଦିନ ସମୟ ଲାଗିବ । ରିପୋର୍ଟ ମୁତାବକ ରୋହିତ ଆଉ ୨ଟି ମ୍ୟାଚରେ ଖେଳି ନ ପାରନ୍ତି । ୫ ଥର ଚାମ୍ପିୟନ ମୁମ୍ବାଇ ଚଳିତ ସିଜନରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହିଁ । ପ୍ଲେ ଅଫ ପ୍ରବେଶ ପାଇଁ ମୁମ୍ବାଇକୁ ବାକିଥିବା ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । କ୍ୱିଂଟନ ଡିକକ ଓ ରୋହିତଙ୍କ ବଦଳରେ ରିୟାନ ରିକେଲଟେନ ଓ ରୋବିନ ମିଞ୍ଜ ଇନିଂସ ଓପନ କରିବେ ।